oom

ଗୁଦେରପାଲି କଲ୍ୟାଣ ମଣ୍ଡପର ବିକାଶ କେବେ : ସାଧାରଣରେ ପ୍ରଶ୍ନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା ଗାଁର ବିକାଶକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ ବିଗତ ଦିନରେ ବିଜେପୁର ଉପନିର୍ବାଚନ ସମୟରେ ସବୁ ଦଳର ନେତା ମନ୍ତ୍ରୀଙ୍କ ସୁଅ ଛୁଟୁଥିଲା ଗୁଦେରପାଲି ଗ୍ରାମ ପଞ୍ଚାୟତକୁ । ଗ୍ରାମବାସୀ ନେତା ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର ମଧ୍ୟ କରିଥିଲେ ନିମ୍ନ ମାନର ଏହି ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପକୁ ସଂପୁର୍ଣ୍ଣ କରି ବଡ଼ବଡ଼ିଆ ଠିକାଦାରର ଏବଂ ଏହି କାମରେ ନିୟୋଜିତ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ । ନେତା ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇ ଚାଲିଗଲେ । ବିଶ୍ଵସ୍ତ ସୁତ୍ରରୁ ଜଣାଯାଇଛି ଯେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପର କାନ୍ଥ ଫାଟି ଆଁ କଲାଣି କଉଠି ପଲସ୍ତରା ଖସୁଛି ତ କଉଠି ଛାୟା ଝଡି ଯାଉଛି । ଝରକା କବାଟ ନ ଥିବାରୁ ବୁଲା ଗାଈଗୋରୁ କୁକୁର ଅନାୟାସରେ ପ୍ରବେଶ କରୁଥିବା ବେଳେ ସଂଧ୍ୟାରେ ନିଶା ଖୋର ତଥା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । କଲ୍ୟାଣ ମଣ୍ଡପ ନିର୍ମାଣ ସଂମ୍ପୂର୍ଣ୍ଣ ହୋଇଗଲେ ଗୁଦେରପାଲି ତଥା ଆଖପାଖ ଦୁଇ ଖଣ୍ଡ ଗାଁର ଲୋକେ ଉପକୃତ ହେବେ । ଏ ବିଷୟରେ ଆମ ପ୍ରତିନିଧି ଗାଇସିଲେଟ ବିଡିଓ ପ୍ରବୀଣ ବଣୁଆଁଙ୍କୁ ଯୋଗାଯୋଗ କରିବାରୁ ବିଡ଼ିଓ ଏହାର ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଗୁଦେରପାଲି ଗାଁର ଅର୍ଦ୍ଧ ନିର୍ମିତ ନିମ୍ନ ମାନର ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ କାମ ସଂମ୍ପୂର୍ଣ୍ଣ କରିବା ସହ ସେ ସମୟରେ ଯେଉଁ ଅଧିକାରୀ ଏବଂ ଠିକାଦାର ଏହି କାମରେ ନିୟୋଜିତ ଥିଲେ ତାହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.