oom

ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ନିଷ୍ଠାପର ଉଦ୍ୟମ ଆଉ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବିକାଠି । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ସୌମ୍ୟ ପ୍ରକାଶ ଭୋଇ ଓଡିଶା ପ୍ରଶାସନିକ ସେବାରେ ୪୦୬ ରେଙ୍କ୍‌ ରଖି ବରଗଡ଼ ତଥା ଗାଇସିଲେଟ ଅଞ୍ଚଳ ପାଇଁ ଗୌରବ ଆଣିବା ପ୍ରମାଣ କରୁଛି ଯଦି ମଣିଷର ଲକ୍ଷ୍ୟ ସ୍ଥିର ତେବେ ତାକୁ ହାସଲ କରିବା କେବେ ଅସମ୍ଭବ ନୁହେଁ । ପିଲାଦିନରୁ ବାପା ମାଁ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ସେଥିରେ ସଫଳତାର ରଙ୍ଗ ଭରି ଦେଇଛନ୍ତି ସୌମ୍ୟ ପ୍ରକାଶ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୌମ୍ୟ ପ୍ରମାଣିତ କରିଛନ୍ତି ଯେ, ମଲ୍ଲିର ମହକ ଏବେ ବଣର ସୀମା ସରହଦ ଡେଇଁ ଦୂର ଦୂରାନ୍ତକୁ ବ୍ୟାପି ଯାଇଛି । ବରଗଡ଼ ଜିଲ୍ଲାର ଏକ ଅନାମଧେୟ ଗାଁର ଏହି କୃତି ଛାତ୍ରର ଚର୍ଚ୍ଚା ଏବେ ସବୁଠି । ପିଲାଦିନେ ବରିହାପୁଖାପାଣି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢୁଥିଲେ । ପରେ ପାଇକମାଲ ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସେଣ୍ଟ୍ରାଲ ଏଗ୍ରିକଲ୍‌ଚର ୟୁନିର୍ଭସିଟି ଝାନ୍ସି ଉତ୍ତରପ୍ରଦେଶ ଠାରେ ସ୍ନାତକ କରିବା ପରେ ଇଣ୍ଡିଆନ ଏଗ୍ରିକଳଚର୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ନୂଆଦିଲ୍ଲୀ ଠାରେ ଏମ୍‌.ଏସ୍‌.ସି, ପି.ଏଚ୍‌.ଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତେବେ ସୌମ୍ୟ ବିନା ପ୍ରଶିକ୍ଷଣରେ ନିଜେ ପରିଶ୍ରମ କରି ଆଜି ଏହି ସଫଳତା ପାଇଥିବା କହିଛନ୍ତି । ଭବିଷ୍ୟତରେ ସେ ମୁଖ୍ୟତଃ ଗରିବମାନଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ପଣ କରିଛନ୍ତି । ଜଣେ ସଚ୍ଚୋଟ ଅଫିସର ଭାବରେ ପରିଚୟ ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ରହିଥିବା ବେଳେ ଆଗାମୀ ଦିନରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଚେଷ୍ଟା ଜାରିରହିବ ବୋଲି କହିଛନ୍ତି । ତେବେ ଏହି କୃତିତ୍ଵର ଶ୍ରେୟ ସେ ତାଙ୍କ ବାପା, ମାଁ ଓ ପରିବାର ବର୍ଗ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ବାପା ଗଙ୍ଗାଧର ଭୋଇ ବାରିହାପୁଖାପାଣି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଥିଲେ । ବର୍ତ୍ତମାନ ସେ ଅବସର ଗ୍ରହଣ କରି ସାରିଥିବା ବେଳେ ମା ସାବିତ୍ରୀ ଭୋଇ ଜଣେ ଗୃହିଣୀ ଅଟନ୍ତି । ତେବେ ପ୍ରଥମ ଥର ପାଇଁ ବରିହାପୁଖାପାଣି ଗ୍ରାମରୁ ସୌମ୍ୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହେଇଥିବା ଖବର ଶୁଣି ନିଜ ଗାଁ ତଥା ଗାଇସିଲେଟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସୋମ୍ୟଙ୍କୁ ଗାଇସିଲେଟ ଅଞ୍ଚଳର ଲୋକେ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି, ତହସିଲଦାର ଟିଟସ ମହାନନ୍ଦିଆ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.