om academy

ରାଜ୍ୟ ପ୍ରଶାସନିକ ସେବାରେ କନ୍ଧମାଳର ପ୍ରଥମ କିନ୍ନର ଐଶ୍ୱର୍ଯ୍ୟା ଋତୁପୁର୍ଣ୍ଣା ପ୍ରଧାନ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ପ୍ରଶାସନିକ ସେବାରେ କନ୍ଧମାଳର ପ୍ରଥମ କିନ୍ନର ଐଶ୍ୱର୍ଯ୍ୟା ଋତୁପୁର୍ଣ୍ଣା ପ୍ରଧାନ । ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କ ୧୯୮୩ ମସିହା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କନବାଗେରୀ ଗାଁରେ ଜନ୍ମ ହୋଇଥିବା ବେଳେ ଐଶ୍ଵର୍ଯ୍ୟାଙ୍କ ପିଲାବେଳର ନାଁ ଥିଲା ରତିକାନ୍ତ ପ୍ରଧାନ । ପିଲାବେଳୁ ଐଶ୍ଵର୍ଯ୍ୟାଙ୍କ ପଢ଼ା ପ୍ରତି ବହୁତ ଆଗ୍ରହ ରହିଥିଲା । ଐଶ୍ଵର୍ଯ୍ୟା ଯୁକ୍ତ ୩ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ହିଁ ପଢ଼ିଛନ୍ତି । ପରେ ସ୍ନାତକ ପଢ଼ିବା ପାଇଁ ସେ ଭୁବନେଶ୍ଵର ଆସିଥିଲେ । ତେବେ ଏବେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ । ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ସେ ଓଏଫ୍‌ଏସ୍‌ ପାଇଥିଲେ । ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁର ଏବଂ ପାରାଦୀପର କମରର୍ସିଆଲ ସେଲ୍ ଟାକ୍ସ ଅଫିସରେ ହୋଇଥିବା ବେଳେ ଏବେ ସେ କଟକରେ ସିଟି ଏବଂ ଜିଏସ୍‌ଟିର ଡେପୁଟି କମିସନର ଭାବେ ଦାୟିତ୍ଵ ତୁଲାଉଛନ୍ତି ।

Leave A Reply

Your email address will not be published.