oom

ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟାଇଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟେଇବା ଆରମ୍ଭ କରିଛି ଆଜି ପ୍ରଶାସନ । ଆଜି ପୂର୍ବାହ୍ନରେ ବଲାଙ୍ଗିର କଚେରୀ ଛକରୁ ପାଟଣାଗଡ଼ ପଟକୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ର ଉଠା ଦୋକାନ ସବୁ ରାସ୍ତା ଉପରକୁ ମାଡ଼ି ଆସିଥିବା ବେଳେ ଏହାକୁ ହଟାଇବା ଅଭିଯାନ ଆରମ୍ଭ ହୋଇଯାଇଛି । ଯାଦବ ଭବନ ପାଖାପାଖି ରାସ୍ତା କଡ଼ରେ ଛୋଟ ବଡ଼ ଷ୍ଟଲ୍‌ ଲଗାଇ ନାନା ପ୍ରକାର ବ୍ୟବସାୟ ଚାଲିଥିବା ବେଳେ ରାସ୍ତା ଜାମ୍‌ ହେଉଥିଲା ଏବଂ ଏଥିଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଲାଗି ରହିଥିଲା । ଏହାକୁ ଆଜି ହଟାଯାଇଥିବା ବେଳେ ଆଜି ଦି’ପହର ପର୍ଯ୍ୟନ୍ତ ଠିକାଦାରପଡ଼ା ଛକ ଯାଏଁ ପହଂଚି ସାରିଛି ପ୍ରଶାସନ । ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ସମ୍ବଲପୁର ରାସ୍ତା, ସୋନପୁର ରାସ୍ତା, ଟିଟିଲାଗଡ଼ ରାସ୍ତା ଏବଂ ପାଟଣାଗଡ଼ ରାସ୍ତାରୁ ଜବର୍‌ ଦଖଲ୍‌ ହଟାଯିବା ସହ ପର୍ଯ୍ୟାୟକ୍ରମେ ସହର ଭିତରେ ମଧ୍ୟ ରାସ୍ତା କଡ଼ର ଜବର୍‌ଦଖଲ୍‌ ହଟାଯିବ ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର କହିଛନ୍ତି । ଏହି ଅଭିଯାନରେ ପୌର ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ବଲାଙ୍ଗିର ଟାଉନ୍‌ ପୋଲିସ ସାମିଲ୍‌ ରହିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.