ପ୍ରଶାସନର ଉଦାସୀନତା ଦିବ୍ୟାଙ୍ଗ ନୀଳିମା ପଟେଲଙ୍କୁ କେବେ ମିଳିବ ସରକାରୀ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ପଞ୍ଚାୟତ ଜାମୁରପାଲି ଗ୍ରାମର ୧୯ ବର୍ଷ ବୟସ୍କା ଦିବ୍ୟାଙ୍ଗ ନିଳୀମା ପଟେଲ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ନିଳୀମା ପଟେଲ ୨୦୨୦ ମସିହା ପୂର୍ବରୁ ଦିବ୍ୟାଙ୍ଗ ଭତ୍ତା ସହ ରାସନ ସାମଗ୍ରୀ ପାଉଥିଲେ । କିନ୍ତୁ ଆଜିକୁ ପ୍ରାୟ ୪ ବର୍ଷ ବିତିଗଲାଣି ଦିବ୍ୟାଙ୍ଗ ଭତ୍ତା ସହ ଚାଉଳ ରାସନ ସାମଗ୍ରୀ ପାଇ ପାରୁନାହାଁନ୍ତି । ସରକାରୀ ବାବୁଙ୍କ ଖାମଖିଆଲ ମନୋଭାବ ଯୋଗୁଁ ନିଳୀମା ଆଉ ଭତ୍ତା ଓ ରାସନ ସାମଗ୍ରୀ ସରକାରୀ ସହାୟତା ପାଇବାରେ ବଞ୍ଚିତ ଅଛନ୍ତି । ଦିବ୍ୟାଙ୍ଗ ହେଲେ ମଧ୍ୟ ଜୀବନକୁ ବଞ୍ଚେଇବାକୁ ରାହା ଖୋଜୁଛନ୍ତି । କିନ୍ତୁ ପରିତାପର ବିଷୟ ଏହି ଯେ ସେ ପଞ୍ଚାୟତ ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳ ପର୍ଯ୍ୟନ୍ତ ଦଉଡି ଦଉଡି ନୟାନ୍ତ ହେଲେଣି ହେଲେ ତାଙ୍କର ସମାଧାନ କରି ପାରୁନାହାନ୍ତି ଜିଲ୍ଲା ପ୍ରଶାସନ । ଏଣୁ ଅଞ୍ଚଳରେ ନିଳୀମାଙ୍କ ଅସୁବିଧା ସମାଧାନ କରିବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.