- ସାମ୍ବାଦିକଙ୍କ ନାଁରେ ପ୍ରଧାନ ଶିକ୍ଷକଙ୍କ ମିଥ୍ୟା ମାମଲା ଘଟଣା
- ଜିଲ୍ଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ପକ୍ଷରୁ ଥାନା ଅଧିକାରୀଙ୍କ ସହ ଆଲୋଚନା
ମୁନିଗୁଡା, (ରମାକାନ୍ତ ପୋଡ଼ାଲ) : ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଚାରି ପାଞ୍ଚ ମାସ ଧରି ହୋଇଆସୁଥିବା ବିଭିନ୍ନ ଅନିୟମିତତାକୁ ନେଇ ସ୍ଥାନୀୟ ସାମ୍ବାଦିକମାନେ ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ପରେ ପ୍ରଧାନ ଶିକ୍ଷକ କୋଲା ବାମନ ମୂର୍ତ୍ତି ଉତ୍ୟକ୍ତ ହେବା ସହ ଆକ୍ରୋଶ ମୂଳକ ଭାବେ ୭ ଜଣ ସାମ୍ବାଦିକଙ୍କ ନାଁରେ ଅମ୍ବାଦଳା ଥାନାରେ ବିଭିନ୍ନ ମିଥ୍ୟା କେଶ ରୁଜୁ କରିଥିବା ଜଣାପଡ଼ିଛି । ସମାଜରେ ଘଟୁଥିବା ଘଟଣାକୁ ଲୋକ ଲୋଚନକୁ ଆଣିବା ଗଣ ମାଧ୍ୟମର ଦାୟିତ୍ୱ ହୋଇଥିବା ବେଳେ ଏହି ଘଟଣା ଗଣ ମାଧ୍ୟମର କଣ୍ଠ ରୋଧ କରୁଛି । ତେବେ ଏହାର ପ୍ରତିବାଦରେ ସାମ୍ବାଦିକମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ରାୟାଗଡା ଜିଲ୍ଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନର ସମସ୍ତ ସଦସ୍ୟ ତଥା ଜିଲ୍ଲାର ସାମ୍ବାଦିକମାନେ ଅମ୍ବାଦଳା ଥାନାରେ ପହଁଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏକ ଲିଖିତ ପତ୍ର ଦିଆଯାଇଥିବା ବେଳେ ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।