ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି : ମୁଁ ଖୁସି ଯେ, ବାଚସ୍ପତି ଜରୁରୀକାଳୀନ ସ୍ଥିତିକୁ ଦୃଢ଼ତାର ସହ ନିନ୍ଦା କରିଛନ୍ତି, ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ଏବଂ କିପରି ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଥିଲା ତାହା ଉଲ୍ଲେଖ କରିଛନ୍ତି । ସେ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସମ୍ମାନରେ ନିରବତାର ସହ ଦଣ୍ଡାୟମାନ ହେବା ମଧ୍ୟ ଏକ ଅଦ୍ଭୁତ ଭାବନା ଆଣିଛି । ଜରୁରୀକାଳୀନ ସ୍ଥିତି ଆଜିକୁ ୫୦ ବର୍ଷ ତଳେ ଲାଗୁ ହୋଇଥିଲା, କିନ୍ତୁ ଆଜିର ଯୁବପିଢ଼ି ଏ ସମ୍ପର୍କରେ ଜାଣିବା ଜରୁରୀ, କାରଣ ସମ୍ବିଧାନକୁ ଦଳିମକଚି ଦେଲେ, ଜନସାଧାରଣଙ୍କ ମତକୁ ଚାପିଦିଆଗଲେ, ସଂସ୍ଥାଗତ ଢାଞ୍ଚାକୁ ନଷ୍ଟ କରିଦିଆଗଲେ କ’ଣ ହୁଏ ଏହା ତାହାର ଉପଯୁକ୍ତ ଉଦାହରଣ । ଏକଛତ୍ରବାଦ କ’ଣ ତାହା ଜରୁରୀକାଳୀନ ସ୍ଥିତି ସମୟରେ ହୋଇଥିବା ଘଟଣାରୁ ଜଣାପଡ଼େ ।

Leave A Reply

Your email address will not be published.