om academy

ପ୍ରହସନ ପାଲଟିଛି ଝାରବନ୍ଧ ବ୍ଲକର ଜନଶୁଣାଣି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଜନସାଧାରଣଙ୍କୁ ହାତ ପାହାନ୍ତାରେ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଆପତ୍ତି ଅଭିଯୋଗ ଗ୍ରହଣ କରି ସମସ୍ୟା ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ କାଗଜ କଲମରେ ସିମୀତ ରଖିଥିବା ବେଲେ ଜନସୁଣା ପ୍ରହସନ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସୋମବାର ଦିନ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଉପାନ୍ତ ଅଞ୍ଚଳର ଲୋକେ ନାହିଁ ନଥିବାର ସମ୍ମୁଖୀନ ହେଉଥିବାରୁ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ପାଇଁ ଅଭିଯୋଗ କରିଥିଲେ । ଲୋକଙ୍କ ସୁବିଧା ନିମନ୍ତେ ଗ୍ରାମାଞ୍ଚଳରେ କରାଯାଉଥିବା ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରୋତ୍ସାହନ ବାଟବଣା କରାଯାଇ କେବଳ ଲୋକ ଦେଖାଣିଆ ଢଙ୍ଗରେ ସାରିଦେଇ ପ୍ରେତ୍ସାହନ ବାହାରକୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳରେ ଜିଲ୍ଲାପାଳଙ୍କ ଜନଶୁଣାଣି ପ୍ରତ୍ସହନ ବୋଲି ଚର୍ଚ୍ଚା ହୋଉଛି । ତାହାଲେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳଙ୍କୁ ଆପତ୍ତି ଅଭିଯୋଗ କରିଥିବା ସମସ୍ୟାର‌ ସମାଧାନ କେତେ ଦିନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବେ ବା ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ନ୍ୟାୟ ମିଳୁଛି ।

Leave A Reply

Your email address will not be published.