ସ୍ୱର୍ଣ୍ଣ ପଦକ ପାଇ କଳାହାଣ୍ଡି ମାଟି ପାଇଁ ଗୌରବ ଆଣିଲେ ଲାଲୁ ପ୍ରାସାଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ଓପନ୍‌ ଆଥେଲେଟିକ୍‌ ଚମ୍ପିୟାନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତି କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଲାଞ୍ଜିଗଡ଼ ବ୍ଲକର ଲାଲୁ ପ୍ରାସାଦ ଭୋଇ । ବେଙ୍ଗାଲୁର ଠାରେ ଆୟୋଜିତ ୬୩ତମ ଜାତୀୟ ଆଥେଲେଟିକ୍‌ ଚାମ୍ପିୟାନ୍‌ସିପ୍‌ରେ ୧୦୦ ମିଟର ଦୌଡର ଜାତୀୟ ରେକର୍ଡଧାରୀ ମଣିକାନ୍ତ ହାବିଲଦାରଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି ଲାଲୁ ପ୍ରାସାଦ । ଲାଲୁ ୧୦୦ ମିଟରକୁ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଲାଞ୍ଜିଗଡ଼ ଆଶ୍ରମପଡାର କାର୍ତ୍ତିକ ଭୋଇ ଏବଂ ଗୋଲାପୀ ଭୋଇଙ୍କ ସୁପୁତ୍ର ଅଟନ୍ତି ଲାଲୁ ପ୍ରାସାଦ । ଲାଲୁ ପ୍ରସାଦଙ୍କ ନିକଟକୁ ଶୁଭେଚ୍ଛୁୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.