
ଭୁବନେଶ୍ୱର, (କେପିଏନ୍ଏସ୍) : ଟ୍ରେଜେରୀ ଓ ବ୍ୟାଙ୍କ୍ ଶାଖା ବ୍ୟତୀତ ପେନସନ୍ ଭୋଗୀମାନେ ବିଭିନ୍ନ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଚଳିତ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ପ୍ରଦାନ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ଏହି ସେବାଗୁଡିକ ଉପଲବ୍ଧ ଅଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।