oom

ପର୍ବତାରୋହୀ ତଥା ପ୍ରକୃତି ପ୍ରେମୀଙ୍କ ପ୍ରକୃତି ଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ମନ୍ଦିରର ମୁକୁଟ ସଦୃଶ ଗନ୍ଧମାର୍ଦ୍ଦନ ପର୍ବତ ଅସରନ୍ତି ଶୋଭାର ଗନ୍ତାଘର । ସେହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମିତ୍ତ ଅନେକ ସମୟରେ ପର୍ବତାରୋହୀ ମାନେ ପାହାଡ଼ର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାତ୍ରା କରିଥାନ୍ତି । ଏହି ଅବସରରେ ଭୁବନେଶ୍ୱର ସଚିବାଳୟରେ କାର୍ଯ୍ୟରତ ପ୍ରକୃତିପ୍ରେମୀ ତଥା ପର୍ବତାରୋହୀ ମନୋଜ କୁମାର ପଟ୍ଟନାୟକ (ଅଣ୍ତର ସେକ୍ରେଟେରୀ, ଖାଦ୍ୟ ଓ ଯୋଗାଣ ବିଭାଗ) ଅଭିନାଶ ପଟ୍ଟନାୟକ (ASO, GA .Dept), ତାରିଣୀ ପ୍ରସାଦ ସାହୁ (ASO, RD.Dept) ଏବଂ ଅଙ୍କିତ ଦାସ, ସୁବ୍ରତ ବିଶ୍ୱାଳ, ସମୀର ସାହୁ ପ୍ରମୁଖ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଠାରୁ ଆରମ୍ଭ କରି ହରିଶଙ୍କର ପର୍ଯ୍ୟନ୍ତ ପାହାଡ଼ରେ ଦୀର୍ଘ ଚାରି ଘଣ୍ଟା ଧରି ଚାଲି ଚାଲି ପହଞ୍ଚିଥିଲେ । ଗାଇଡ୍ ଭାବରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମଧ୍ୟ ପର୍ବତ ଆରୋହଣରେ ଅଂଶୀଦାର ହୋଇଥିଲେ । ଅନୁଭୂତିରେ ସେମାନେ ପାହାଡ଼ର ସୌନ୍ଦର୍ଯ୍ୟ, ଉପଯୋଗୀ ବୃକ୍ଷଲତା ସହିତ ଏକ ଜନମନ ହରଣକାରୀ ପ୍ରାକୃତିକ ସ୍ଥଳୀ ଭାବରେ ଗନ୍ଧମାର୍ଦ୍ଦନ ପର୍ବତର ଖୁବ୍ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ଯାତ୍ରୀମାନେ ଆଗରୁ ହିମାଳୟ ସମେତ ଅନେକ ପର୍ବତ ଆରୋହଣ କରିଛନ୍ତି । ସେମାନେ ଜନସାଧାରଣଙ୍କୁ ଗନ୍ଧମାର୍ଦ୍ଦନର ସୌନ୍ଦର୍ଯ୍ୟ ଓ ଏହାର ବିରଳ ଔଷଧୀୟ ବୃକ୍ଷ ସବୁକୁ ନଷ୍ଟ ନକରିବା ଲାଗି ସନ୍ଦେଶ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.