centurian jitm

ଗଞ୍ଜାମର ଅତୀତ ଓ ବର୍ତ୍ତମାନ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ନିଷ୍ପତ୍ତି

nschool

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମଗ୍ର ଓଡ଼ିଶା ତଥା ଭାରତ ବର୍ଷର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ୱାଧୀନତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଛାତ୍ର ଆନ୍ଦୋଳନ, କଳା, ରାଜନୀତି ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ (ଅବିଭକ୍ତ) ଜିଲ୍ଲାର ଅବଦାନ ସ୍ୱତନ୍ତ୍ର । ଗଞ୍ଜାମର ଐତିହ୍ୟ ମହତ୍ୱପୂର୍ଣ୍ଣ, ବରପୁତ୍ରମାନଙ୍କର କର୍ତ୍ତବ୍ୟନିଷ୍ଠା, ମା’ ମାଟି ପ୍ରତି ପ୍ରତିବଦ୍ଧତା ଏବେ ବି ଅମଳିନ । ସେହି ମା, ମାଟି ତଥା ବରପୁତ୍ରମାନଙ୍କର ସ୍ମୃତିକୁ ସମ୍ପ୍ରତି ଉତ୍ତର ପିଢ଼ୀକୁ ଅବଗତ କରାଇ ଗଞ୍ଜାମର ସାମ୍ପ୍ରତିକ ସ୍ଥିତି ଜନମାନସରେ ପ୍ରତିଫଳିତ କରିବା ପାଇଁ ଏକ ଉଦ୍ୟମ । ‘ଗଞ୍ଜାମର ଅତୀତ ଓ ବର୍ତ୍ତମାନ’ ଶୀର୍ଷକ ଏକ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ପାଇଁ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଏକ ଆଲୋଚନାଚକ୍ର ନବୀନ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରନ୍ଥରେ ଗଞ୍ଜାମର ବିଭିନ୍ନ ସ୍ତରର ଲେଖକ, ପ୍ରାବନ୍ଧିକ ତଥା ଐତିହାସିକ ବନ୍ଧୁମାନଙ୍କର ସୁନିର୍ବାଚିତ ଲେଖା ପ୍ରକାଶନ କରାଯିବ । ତେଣୁ ଗଞ୍ଜାମର ବିଭିନ୍ନ କୋଣ ଅନୁକୋଣରେ ଥିବା ବନ୍ଧୁମାନେ ଲେଖା ପ୍ରସ୍ତୁତ କରି ସହଯୋଗ କରିବା ପାଇଁ ଆଜିର ବୈଠକରେ ଆହ୍ୱାନ କରାଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ କାମରାଜୁ ମହାରଣା, ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଡ଼. ଡ଼ମ୍ବରୁଧର ସାହୁ, ବିଘ୍ନେଶ୍ୱର ସାହୁ, ସମାଜସେବୀ ତଥା ଲେଖିକା ବିଧୁପ୍ରଭା ରଥ, ସୂଚନା ପାଢ଼ୀ, ସୁଦୀପ୍ତ ପଟ୍ଟନାୟକ, ରାମକୃଷ୍ଣ ପାତ୍ର, ଅଶୋକ କୁମାର ଦଳେଇ, ରଂଜନ କୁମାର ସାହୁ, ସୁଶାନ୍ତ କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.