oum

ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ୟୁଜି ଓ ପିଜି ରେଜଲ୍ଟ ଆଜି ପ୍ରକାଶ ପାଇଛି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକାଶ ପାଇଲା ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ୟୁଜି ଓ ପିଜି ରେଜଲ୍ଟ । ୟୁଜିରେ ୭୨୫୩ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୪୦୪୮ଜଣ ଛାତ୍ରଛତ୍ରୀ । ୟୁଜି ଫାଇନାନ୍ସିଆଲ୍ ପରୀକ୍ଷାରେ ମୋଟ୍‌ ପାସ୍‌ ହାର ୫୫.୮୧ ପ୍ରତିଶତ ରହିଛି । ୟୁଜିରେ ବିଶ୍ଵବିଦ୍ୟାଳୟ ଟପ୍ପର ହୋଇଛନ୍ତି ମେଧାବୀ ଛାତ୍ର ପ୍ରୀତମ ଖମାରୀ । ସେହିପରି ପିଜି ପରୀକ୍ଷାରେ ୩୭୦ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୩୦୨ ଜଣ ପରୀକ୍ଷାର୍ଥୀ । ପିଜିରେ ମୋଟ୍‌ ପାସହାର ରହିଛି ୮୧.୬୨ ପ୍ରତିଶତ । ପିଜି ପରୀକ୍ଷାରେ ବିଶ୍ଵବିଦ୍ୟାଳୟ ଟପ୍ପର ହେଲେ ଅଭିଜିତ ଯୋଶୀ ଓ ପାୟଲ ପଟେଲ । ଉଭୟ ସିଜିପିଏରେ ୯.୫୦ ରଖିଥିବା ସୁଚନା ରହିଛି ।

Leave A Reply

Your email address will not be published.