ls

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ସକମା ପଞ୍ଚାୟତରେ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିସହ ବିଜେଡ଼ିର ପୂର୍ବତନ ସହଯୋଗୀ କଳାକାହ୍ନୁ ନାଗ କଂଗ୍ରେସ ଛାଡ଼ି ପୁଣି ବିଜେଡ଼ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲାପରିଷଦ ଅନାମିକା ହୋତା, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସଦରବ୍ଲକର ମନହୀରା, ସକମା, ଖଲିଆପାଲି, ଚନ୍ଦନଭାଟି, ବଘଲା, କଅଗାଁ, ଧମନାସର, ଝାଙ୍କରପାଲି, ହର୍ଡାଟାଲ, ଚୁଡ଼ାପାଲି, ତୁଷୁରାବାହାଲ, ଭୁଣ୍ଡିମୁହାଣ, ମାୟାବର୍ହା, ଖୁଜେନପାଲି, ବରକାନିଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଲ ବାଗ, କୈଳାସ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ହୋତା, ବ୍ଲକ ବିଜେଡ଼ି ସଭାପତି ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିାଲ ।

pc pk
Leave A Reply

Your email address will not be published.