ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ତେବେ ଗତ ୬ ତାରିଖଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା କାର୍ୟ୍ୟ ପାଇଁ ଶ୍ରୀନଅରଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରହିଥିଲା । ତେବେ ମଙ୍ଗଳବାର ଉକ୍ତ ରାସ୍ତାକୁ ଭକ୍ତମାନଙ୍କ ନିମନ୍ତେ ପ୍ରଶାସନ ଖୋଲିଛି । ତେବେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରି ନ ଥିବାବେଳେ କେବଳ ଲୋକମାନେ ଉକ୍ତ ରାସ୍ତା ଦେଇ ଚାଲି ଯାଇପାରିବେ । ତେବେ ଗାଡ଼ି ମୋଟର ଯାତାୟାତ ଉପରେ ବାରଣ କରାଯାଇଛି । ସେହିପରି ମଙ୍ଗଳବାର ଜିଲାପାଳ ଶ୍ରୀମନ୍ଦିର ଚାରିପାଖ ବୁଲି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ୟ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.