oom

ଆଠ କୋଟି ଟଙ୍କା ବ୍ୟୟ ବରାଦ ପ୍ରକଳ୍ପର ରାସ୍ତା ଓ ସେତୁ ଭିତ୍ତିସ୍ଥାପନ କଲେ ଛତ୍ରପୁର ବିଧାୟକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର କୁଶପଲ୍ଲୀଠାରୁ ବରଦା, କାଠଗଡାଠାରୁ ଲାଉପୁଟି, ମୟୂରପଦାଠାରୁ ପୋଡମପେଟା ମଧ୍ୟରେ ଏକ ସେତୁ ଏବଂ ଗୋଖରକୁଦା ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ତିନିଗୋଟି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ ରାସ୍ତା ଓ ସେତୁ ପ୍ରକଳ୍ପ ପାଇଁ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବିଷୟରେ ବିଧାୟକ ସୂଚାଇଥିଲେ ।

jittmm
Leave A Reply

Your email address will not be published.