ଡେଲାଙ୍ଗ ବ୍ଲକର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ : ସଠିକ୍‌ କାର୍ଯ୍ୟ ନହେଲେ ବିଲ ପାସକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜୋତିଶଙ୍କର ମହାପାତ୍ର ଘଟଣାସ୍ଥଳରେ ପହଂଚି ତଦାରଖ କରିଛନ୍ତି । ପ୍ରଥମେ ଜେନାପୁର ପଂଚାୟତ ଅର୍ନ୍ତଗତ ପୋଷଲ ଅଙ୍ଗନୱାଡି ଗୃହ, ଗୁଆଳିପଡା ପଂଚାୟତର ହୁମର ଗ୍ରାମୀଣ ଉଦ୍ୟାନ ପାର୍କ ଓ କଲ୍ୟାଣ ମଣ୍ଡପ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ରାଧାକାନ୍ତ ବିଦ୍ୟାପୀଠ, ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହତାବ ଉଚ୍ଚ ବିଦ୍ୟାଳୟର ନିର୍ମାଣାଧିନ କାର୍ଯ୍ୟକୁ ବୁଲି ଦେଖିବା ସହିତ କେତେକ ସ୍ଥାନରେ କାର୍ଯ୍ୟ ସଠିକ ହୋଇନଥିବାରୁ ଶ୍ରୀ ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଠିକ୍‌ କାର୍ଯ୍ୟ ନହେଲେ ବିଲ ପାସକୁ ସ୍ଥଗିତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରୀ ବ୍ଲକରେ କାର୍ଯ୍ୟନହୋଇ ପଡିରହିଥିବା ୪୦୮ଟି ଗ୍ରାମୀଣ ଆବାସ ଯୋଜନାକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜଣାଇଛନ୍ତି । ମିଶନଶକ୍ତି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ସହିତ ବ୍ଲକରେ ଅନ୍ୟ ପ୍ରକଳ୍ପ ଗୁଡିକ ନିର୍ଦ୍ଧାରିତ ସମୟରେ ସାରିବାକୁ ବ୍ଲକ ବିଡିଓ ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପରାର୍ମା ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ତହସିଲଦାର ମହେନ୍ଦ୍ର କୁମାର ବଢେଇ, ସହକାରୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ଗୁଆଳିପଡା ସରପଂଚ କାଳନ୍ଦୀ ଜେନା, ଜେନାପୁର ସମିତି ସଭ୍ୟ ପ୍ରଭାତ କୁମାର ଜେନା, ସୁଜନପୁର ସରପଂଚଙ୍କ ପ୍ରତିନିଧି ସଂଜୟ କୁମାର ରାଉତରାୟ, ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.