centurian jitm

ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସର ଗ୍ରାମାଭିମୁଖୀ କାର୍ଯ୍ୟକ୍ରମ ଜାରି

  • ରବିବାର ଛତ୍ରପୁର ପୋଲିସ ବଡ଼ମାଧପୁର ଗ୍ରାମ ତନଖି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ପ୍ରଚାର ସରଗରମ ହୋଇଥିବାବେଳେ ଅବାଧ ଓ ନିରପେକ୍ଷତା ଅବଲମ୍ବନ କରିବାରେ ଗଞ୍ଜାମ ପୋଲିସର ଉଦ୍ୟମ ଜାରି ରହିଛି । ଗଞ୍ଜାମ ପୋଲିସ-ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶରେ ଚାଲିଛି, ଆମ ପୋଲିସର ଗ୍ରାମାଭିମୁଖୀ କାର୍ଯ୍ୟକ୍ରମ । ଗାଁରେ ଶୁଭୁଛି, ପୋଲିସ ସାଇରନ୍‌ର କମ୍ପନ ଆବଜ୍ । ଗାଁ ଗାଁରେ ପୋଲିସ ସର୍ଭେ କରୁଛନ୍ତି, ନିର୍ବାଚନର ହାୱା । କେଉଁଠି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଲକ୍ଷ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗ୍ରାମାଭିମୁଖୀରେ ପଦାର୍ପଣ କରିଛି ଗଞ୍ଜାମ ପୋଲିସ । ଗାଁର ମଦ କୋଠି, ଚୋରା ମାଦକଦ୍ରବ୍ୟର କାରବାର, ଗୁଣ୍ଡାଶ୍ରେଣୀଙ୍କୁ ଦମନ କରିବାରେ ଦୃଷ୍ଟି-ଆରୋପ କରିବାରେ ଲାଗିପଡିଛି ପୋଲିସବାହିନୀ । ଏପଟେ ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ସଦଳବଳେ ଗାଁ ଅଭିମୁଖେ ଅଭିଯାନ ଚଳାଇଛନ୍ତି । ଗାଁ ଗାଁରେ ବୁଲି ବୁଲି ଗରୀବ, ଦୁଃଖୀ-ରଙ୍କୁଣୀ କଥା ବୁଝିବାରେ ସଫଳ ପ୍ରୟାସ ଜାରୀ ରଖିଛନ୍ତି । ପ୍ରଧାନ ବାବୁ ଗାଁରେ ନିର୍ବାଚନୀ ସମୀକ୍ଷା କରୁ କରୁ ଗାଁର ପଲ୍ଲୀଜୀଵନ ବିତାଇ ଆସୁଥିବା ଅନେକ ବୟୋବୃଦ୍ଧ ତଥା ବୃଢ଼ା ବୁଢ଼ୀ ଲୋକଙ୍କର ଚଳଣି, ଜୀବିକା ନିର୍ବାହ ସମ୍ପର୍କରେ ବୁଝି ତାଙ୍କ ଦୁଃଖରେ ଭାଗିଦାର ହୋଇପଡିଛନ୍ତି । ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଚିକଲଖଣ୍ଡି, ଗେଦଲପଲ୍ଲୀ, ବିପୁଲିଙ୍ଗି ଓ ବଉଳଗାଁ ଆଦି ଅଞ୍ଚଳରେ ବୁଲି ଦେଖିଲା ବେଳେ ଜଣେ ୭୬ବର୍ଷ ବୟସର ବୃଦ୍ଧାଙ୍କ କରୁଣ କାହାଣୀ ଶୁଣି ସେ ଅତ୍ୟନ୍ତ ହୃଦବୋଧ କରି ବୃଦ୍ଧାଙ୍କ ହାତରେ ୧ ହଜାର ଟଙ୍କା ଧରାଇଥିଲେ । ବୃଦ୍ଧାଙ୍କ ପାଖରେ କେହି ନାହାନ୍ତି । ତାଙ୍କ ପୁଅମାନେ ଦାଦନ ଖଟିବାକୁ ଯାଇଛନ୍ତି । ନିଜେ ଚାଉଳ ମୁଠାଏ, ହାଣ୍ଡିରେ ପକାଇ ରୋଷେଇ କରିବାକୁ ହୁଏ । ରାଶନ କାର୍ଡରୁ ଯାହା ଚାଉଳ ମିଳେ, ସେତକରୁ କିଛି ଚାଉଳ ବଳକା ହେଲେ ତାହାକୁ ବିକି ସେ ଘରେ ଚଳେ । କିନ୍ତୁ ତାଙ୍କର ବିଧବା ଭତ୍ତା ନ ପାଇବା ବିଷୟ ଥାନାବାବୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲେ । ଗାଁକୁ ବିଡ଼ିଓ, ତହସିଲଦାର ପହଞ୍ଚି ତାଙ୍କୁ ଗୋଟିଏ ଦିନରେ ବିଧବା ଭତ୍ତା ପ୍ରାପ୍ତ କରାଯାଇଥିବା ବିଷୟ ସମସ୍ତଙ୍କୁ ଚକିତ କରିଛି । ଗତକାଲି ଛତ୍ରପୁର ପୋଲିସ ବଡ଼-ମାଧପୁର ଗାଁ ପରିକ୍ରମା କରି ଆସିଛନ୍ତି । ଜମି ମାଫିଆ, ବାଲିମାଫିଆ, ଇଟାଭାଟି, ବଡ଼ ସାହୁକାରଙ୍କ କରାମତି ବୁଲି ଦେଖିଥିଲେ । ଗରିବଙ୍କ ମନର କଥା ଶୁଣି ନିର୍ବାଚନର ଧୂଆଁବାଣ କେମିତି ଅଛି, ଥାନାବାବୁ ଶ୍ରୀ ପ୍ରଧାନ ସବୁରି ଅବଗତ ହୋଇ ଆସିଛନ୍ତି ।

Leave A Reply

Your email address will not be published.