om academy

ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର ହୋଇଛି । ଜିଲ୍ଲାରେ ନିର୍ବାଚନ ପ୍ରଚାର ଏବଂ ମତଦାନ ଅବାଧ ଓ ନିରପେକ୍ଷ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଏ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସର ମିଳିତ ଅପରରେସନ ଜାରି ରହିଛି । ସିଧାସଳଖ ସନ୍ଧାନରେ ଆସି କରାଯାଇଥିବା ଅବକାରୀ ରେଡ୍ ନେଇ ଗତକାଲି ଏକ ସଫଳ ଧରପଗଡ଼ରେ ୧୨ଶହ ୬୫ଲିଟର ମଦ ଓ ୧୩ହଜାର ୩ଶହ ୩୫ଲିଟର ଅପମିଶ୍ରଣ ପୋଚ-ମଦ, ୬୭.୨ ଲିଟର ରନ୍ଧାମଦ ଜବତ କରାଯାଇଛି । ଯାହାର କି ଆକଳନ ମୂଲ୍ୟ ୬ଲକ୍ଷ ୬୬ହଜାର ୭ଶହ ୫୦ଟଙ୍କା ବୋଲି କୁହାଯାଇଛି । ଏହି କ୍ଷେତ୍ରରେ ସମ୍ପୃକ୍ତ ୨୩ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା-ଅବକାରୀ ବିଭାଗ ସୁରିନଟେଣ୍ଡେଟ ରାଜେନ୍ଦ୍ର ଭୋତ୍ରା ମିଡ଼ିଆକୁ ସୂଚନା ଦେଇଛନ୍ତି । ଛତ୍ରପୁର, ଆସ୍କା, ସୋରଡ଼ା, ଖଲ୍ଲିକୋଟ, ଭଞ୍ଜନଗର ପ୍ରମୁଖ ଅବକାରୀ ବିଭାଗ ଏକ୍ସସାଇଜ଼ ଷ୍ଟ୍ରାଇକର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହି ମିଳିତ ଚଢ଼ାଉ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.