ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଳକ ଅନ୍ତର୍ଗତ ତୁରୁଙ୍ଗା ଗାଁରେ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ଭକ୍ତ ପ୍ରଥମେ ଗାଁ ପୋଖରୀ ତାଲ ମୃଦଙ୍ଗର ତାଲେ ତାଲେ ପୂର୍ଣ୍ଣ କଲସୀ ଆଣି ଯଜ୍ଞ ମଣ୍ଡପରେ ରଖିଥିଲେ । କୃଷ୍ଣ ଚନ୍ଦ୍ର ମହାରାଜ କର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ପଣ୍ଡିତ ଟନ ମହାପାତ୍ର ଏବଂ ଭବାନି ମହାପାତ୍ର ପୂଜାର୍ଚ୍ଚନା କରିଥିଲେ । ଏଥିରେ ଜମଲା, ଝୁନୁଙ୍ଗାପାଲି, ମାଲିପାଲି, ନାଗେନପାଲି ଓ ଗଉରପାଲିର ସଂକିତ୍ତନ୍ୟ ଦଲ ସାମିଲ ହୋଇଥିଲେ । ଭକ୍ତମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ହୋଇଥିଲା । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।