ସାଂପ୍ରତିକ ପରସ୍ଥିତିରେ ଖାଦ୍ୟ ସୁରକ୍ଷା ସହ ଜୈବିକ ଖାଦ୍ୟକୁ ପ୍ରାଧାନ୍ୟ ଦେବାର ସମୟ ଆସିଛି : ପଦ୍ମଶ୍ରୀ ସାବରମତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାରା ବିଶ୍ୱରେ ଖାଦ୍ୟ ସଂକଟ ବଢିବାରେ ଲାଗିଥିବା ବେଳେ ଖାଦ୍ୟ ସୁରକ୍ଷା ତଥା ଜୈବିକ ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ପଦ୍ମଶ୍ରୀ ସାବରମତି । ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମୁପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ବକୃତାରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି । ଆଧୁନିକ ଜୀବନଚର୍ଯ୍ୟାରେ ବିମୋହିତ ହୋଇ ଆଜିକାର ଛାତ୍ରଛାତ୍ରୀମାନେ ବହୁ ଅପମିଶ୍ରିତ ଓ ବିଷାକ୍ତ ଖାଦ୍ୟ ଖାଇ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ଏହାର ପ୍ରତିକାର ସ୍ୱରୂପ ଆମେ ଜୈବିକ ଖାଦ୍ୟ ଓ ସନ୍ତୁଳିତ ଖାଦ୍ୟ ବ୍ୟବହାର କରିବା ଉଚିତ୍‌ । ‘ଆମେ ଓ ଆମ ଖାଦ୍ୟ’ ସଂପର୍କତ ଏକ ସ୍ୱତନ୍ତ୍ର ବକୃତାରେ ଉଦ୍‌ବୋଧନ ଦେଇ ପଦ୍ମଶ୍ରୀ ସାବରମତି ଏହା କହିଛନ୍ତି । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା କାର୍ଯ୍ୟକ୍ରମରେ କୁଳସଚିବ ସୁଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଏନ୍‌ଏସ୍‌ଏସ୍‌ ବ୍ୟୁର ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ ସଂଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏଥିରେ ସମସ୍ତ ବିଭାଗର ପ୍ରାଧ୍ୟାପକ, ବଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗ ଦେଇଥିଲେ । ଶେଷରେ କୁଳପତି ପଦ୍ମଶ୍ରୀ ସାବରମତିଙ୍କୁ ଉପଠୌକନ ଓ ସ୍ମାରକ ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.