jayashree

ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ : ମୌଳିକ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶର ପରିବର୍ତିତ ରାଜନୀତିକୁ ଧ୍ୟାନରେ ରଖି ଆମ୍ ଆଦମୀ ପାର୍ଟି ରାଜ୍ୟରେ ସଂଗଠନ ବିସ୍ତାର କାର୍ୟ୍ୟ ଆରମ୍ଭ କରିଛି । ବରଗଡ଼ ଜିଲ୍ଳା ଆବାହକ ଚୟନ ଶେଷ ହୋଇଛି ସର୍ବସମ୍ମତି କ୍ରମେ ଭବାନୀ ସାହୁଙ୍କୁ ପୁଣି ଥରେ ଜିଲ୍ଳା ଦାଇତ୍ୱ ଦିଆଯାଇଛି । ପାର୍ଟିର ରାଜ୍ୟ ପର୍ୟ୍ୟବେକ୍ଷକ ସୁଭାଶିଷ ସ୍ୱାଇଁ ବରଗଡ଼ ପହଂଚି ଚୟନ ପ୍ରକ୍ରିୟାକୁ ସମ୍ପାଦନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ଆପ୍‌ର ସଂଗଠନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଦିଲ୍ଲୀରେ ତୃତୀୟ ଥର ଆପ୍ ଶାସନକୁ ଆସିବା ପରେ ଅରବିନ୍ଦ କେଜରିୱାଲଙ୍କ ବିକାଶ ମଡେଲକୁ ସାରା ଦେଶରେ ପସନ୍ଦ କରାଯାଉଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦରବୃଦ୍ଧି ସହ ବିଦ୍ୟୁତ କାଟ ଓ ବୃଦ୍ଧିକୁ ସାଧାରଣ ଲୋକ ଵିରୋଧ କରୁଥିବା ବେଳେ ଦିଲ୍ଲୀ ଭଳି ଓଡ଼ିଶା ରେ ଶିକ୍ଷା, ସ୍ଵାସ୍ଥ୍ୟ, ପାଣି, ବିଜୁଳି ମାଗଣା ସେବା ସମସ୍ତ ଲୋକଙ୍କ ପାଖକୁ ପହଞ୍ଚାଇବା ଆପ୍‌ର ପ୍ରଥମ ଲକ୍ଷ୍ୟ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମିତାବ ପାତ୍ର, ଅସିତ ସାହୁ, ସ୍ୱରୂପ ଭୋଇ, ମରିୟମ ବାର୍ଲା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.