ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ୨୦୧୭ ମସିହାରେ କ’ ଫର୍ମରେ ଆବେଦନ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଚ୍ଚା ଘରକୁ ପକ୍କା ଘର କରିବାକୁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଅନେକ ପରିବାର ବଞ୍ଚିତ ହୋଇ ରହି ଯାଇଛନ୍ତି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍ଙ୍କ କହିବା ଅନୁସାରେ ୨୦୧୯ ସୁଦ୍ଧା ସମସ୍ତଙ୍କ ନାମ ଥିଲା ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ମଧ୍ୟ ମାଗି ଥିଲେ । କିନ୍ତୁ କିଛି ଦିନ ହେବ ଜାଣିବାକୁ ପାଇଲୁ ଯେ, ଆମର ନାମ ମାନ ନାହିଁ । ବ୍ଲକକୁ ଯାଇ ବୁଝିଲା ବେଳେ କ’ ଫର୍ମ ଦିଅ ଯେତେ ବେଳେ ଅନ୍ଲାଇନ୍ ହେବ କରିଦେବୁ କହି କହି ବର୍ଷ ବର୍ଷ ହେଲା କହି ଚାଲିଛନ୍ନ୍ତିଛନ୍ତି । ସରକାରୀ ଅଫିସର ମାନେ ଏବେ ତାଙ୍କ ଘରୁ ଦେଲା ଭଳି ଯୋଗ୍ୟ ଲୋକଙ୍କ ନାଁ କାଟିଦେଇଛନ୍ତି । ଯଦ୍ୱାରା ଆମ୍ଭେ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାରୁ ବାଦ ପଡି ଯାଇଛୁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଜି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇ ଆସନ୍ତା ଏକ ମାସ ମଧ୍ୟରେ ସର୍ଜମିନ ତଦନ୍ତ କରି ତାଲିକାରେ ସାମିଲ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ସହଦେଵ ସାହୁ, ପୁରନ୍ଦର ସାହୁ, ଧ୍ରୁବ ସାହୁ, ଯୁଧିଷ୍ଠିର ସାହୁ, ସୁଦାମ ଚରଣ ସାହୁ, ତିଲତ୍ତମା ବେହେରା, ସାବିତ୍ରୀ ପଧାନ ପ୍ରମୁଖ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।