ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

  • ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ୬ଜଣ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ
  • ପ୍ରଧାନମନ୍ତ୍ରୀ କିଷାନ ବିକାଶ କାର୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ-ସମ୍ପଦ ଯୋଜନା ସମ୍ପର୍କରେ ଗୁରୁତ୍ତ୍ଵ ପ୍ରତିପାଦନ କରିଛନ୍ତି, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ବିଭାଗ ମନ୍ତ୍ରୀ ପରଷୋତ୍ତମ ରୂପାଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ସମୁଦ୍ରକୂଳବର୍ତ୍ତୀ ଆର୍ଯ୍ୟପଲ୍ଲୀସ୍ଥ ଗୋପାଳପୁର ବନ୍ଦରର ୫ଜଣଙ୍କୁ ଏବଂ ଡ଼ଙ୍ଗା କ୍ଷତିଗ୍ରସ୍ତ ଜଣଙ୍କୁ ହିତାଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମତ୍ସ୍ୟ, ପଶୁପାଳନ ବିଭାଗ ପରଷୋତ୍ତମ ରୂପାଲା ଆନୁଷ୍ଠାନିକ ସଭାମଞ୍ଚରେ ଚେକ୍ ବିତରଣ କରିଛନ୍ତି । ରବିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୂପାଲା ଏବଂ ତାଙ୍କ ସହଧର୍ମିଣୀ ସବିତା ବେନ୍ ରୂପାଲାଙ୍କ ସହ ଜଳ ପଥରେ ଜାହାଜ ମାଧ୍ୟମରେ ଆସି ମତ୍ସ୍ୟଧରା ବନ୍ଦର ଜେଟିରୁ ଅବତରଣ କରି ବାହନ ଯୋଗେ ସ୍ଥଳପଥରେ ଆର୍ଯ୍ୟପଲ୍ଲୀସ୍ଥ ଗୋପାଳପୁର ବନ୍ଦର ପଡ଼ିଆରେ ପହଞ୍ଚି ମତ୍ସ୍ୟଜିବୀଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ କରି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ହିତାଧିକାରୀଙ୍କୁ ଆର୍ଥିକ ରାଶିନାମାର ଚେକ୍ ବଣ୍ଟନ କରିଥିଲେ । ଏପରିକି ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ, ଏବଂ ବିଭିନ୍ନ ସମସ୍ୟା ଉପରେ ବୁଝିଥିଲେ । ମତ୍ସ୍ୟଜୀବୀଙ୍କ ବିଭିନ୍ନ ଗୋଷ୍ଠୀଙ୍କ ତରଫରୁ ଦାବୀ ଓ ଅଭିଯୋଗ ସମସ୍ୟା ସମ୍ପର୍କିତ ସ୍ମାରକପତ୍ର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ ଉନ୍ନୟନ କମିଶନର ଆନଥୋନି ଜାଭିୟର କେନ୍ଦ୍ର ସରକାରଙ୍କ ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ତଥା ମତ୍ସ୍ୟ-ନିର୍ଦ୍ଦେଶକ ସିଦୋକ୍ୟୁ ଆଲମ୍, ଯୁଗ୍ମ- ସଚିବ ଶ୍ରୀମତୀ ନୀତୁ କୁମାରୀ ପ୍ରାସାଦ, ନିର୍ଦ୍ଦେଶକ ଡଃ. ନିୟତି ଯୋଶୀ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ବିଜେପି ଜିଲ୍ଲାସଭାପତି ଡ଼ା. ସୁବାଷ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ମତ୍ସ୍ୟଜିବୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଜିଲ୍ଲା ମତ୍ସ୍ୟ ବିଭାଗୀୟ ଅଧିକାରୀ ଏନ୍. ବସ୍ତିଆ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.