oom

ମରଣଯନ୍ତା ସାଜିଛି ଘନାମାଲରୁ ସାରଙ୍ଗପୁର ପ୍ରଧାନମନ୍ତ୍ରୀ ସଡ଼କ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଘନାମାଲରୁ ସାରଙ୍ଗପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ରାସ୍ତା କିଛିବର୍ଷ ହେଲା ମରଣଯନ୍ତା ସାଜିଛି । ଗତ ୩୦/୦୬ / ୨୦୧୧ରେ ସମାପ୍ତ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିୟମିତ ବ୍ୟବଧାନରେ ମରାମତି ହେଇନଥିବାରୁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଜାଣିବା ପରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚଳିତବର୍ଷ ଜାନୁୟାରୀ ମାସ ୨୩ ତାରିଖରେ ଅଭିଯୋଗ କରିଥିଲେ ଯାହାର ପ୍ରତ୍ୟୁତ୍ତର ରଖିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ପର୍ଯ୍ୟାୟକ୍ରମେ ରକ୍ଷଣାବେକ୍ଷଣ ପାଇଁ ୨୦୨୦-୨୧ ବର୍ଷ ମଧ୍ୟରେ ରାସ୍ତା ପାଇଁ କୌଣସି ପାଣ୍ଠି ବ୍ୟବସ୍ଥା କରାଯାଇ ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ନବୀକରଣ ସମୟରେ ଏହି ରାସ୍ତାକୁ ରକ୍ଷଣାବେକ୍ଷଣ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ମଧ୍ୟ ଏହି ରାସ୍ତା ମରାମତି ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତାର ମରାମତି କାର୍ଯ୍ୟ ସମ୍ପାଦନ କରାଯାଉ ବୋଲି ସୁଶ୍ରୀ ଦୀପା ବାରିକ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ପୁନଶ୍ଚ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.