centurian jitm

କ୍ରୁ-୯ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

● ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-୯ ମହାକାଶଚାରୀମାନେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-୯ ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ରୁ-୯ ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ଅନ୍ୱେଷଣର ଅର୍ଥ ହେଉଛି ମାନବ ସାମର୍ଥ୍ୟର ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା । ସୁନୀତା ୱିଲିୟମ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି ।
ଏକ୍ସରେ ନିଜର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘କ୍ରୁ-୯ ଆପଣମାନଙ୍କୁ ସ୍ୱାଗତ, ପୃଥିବୀବାସୀ ଆପଣଙ୍କୁ ଅପେକ୍ଷା କରି ରହିଥିଲେ । ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ଏକ ପରୀକ୍ଷା ରହିଥିଲା । ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-୯ ମହାକାଶଚାରୀମାନେ ପୁଣିଥରେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି । ବିଶାଳ ଅଜ୍ଞାତ ବିଷୟ ସାମ୍ନାରେ ସେମାନଙ୍କର ଅବିଚଳିତ ଦୃଢ଼ସଂକଳ୍ପ ସବୁବେଳେ ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଦେବ । ମହାକାଶ ଅନ୍ୱେଷଣର ଅର୍ଥ ମାନବୀୟ ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା । ସୁନୀତା ୱିଲିୟମକ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି । ଆମେ ସେହି ସମସ୍ତଙ୍କୁ ନେଇ ଗର୍ବିତ ଯେଉଁମାନେ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଲାଗି ଅବିଶ୍ରାନ୍ତ ପରିଶ୍ରମ କରିଥିଲେ । ସଠିକ୍ ପ୍ରୟାସ ଓ ଆବେଗ ସହିତ ପ୍ରଯୁକ୍ତି ଓ ଅଧ୍ୟବସାୟର ସାମଞ୍ଜସ୍ୟ ଘଟିଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ସେମାନେ ପ୍ରମାଣିତ କରି ଦେଖାଇଛନ୍ତି ।’’

Leave A Reply

Your email address will not be published.