ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ଓ ଶ୍ରବଣ କୁମାର ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ତଥା ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ସହଯୋଗରେ ଚାଲିଥିବା ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ହୋଇ ଯାଇଛି । ଦୀର୍ଘ ୭ ଦିନ ଧରି ଚାଲିଥିବା ଏହି ଶିକ୍ଷଣୀୟ ଶିବିରରେ ଆଖପାଖ ଅଞ୍ଚଳର ୨୫ ଜଣ ପିଲା ଅଂଶଗ୍ରହଣ କରିଥିଲେ । ଗପ, ଗୀତ, ନୃତ୍ୟ, ଅଭିନୟ, ପୋଷ୍ଟର ତିଆରି ଆଦି ସୃଜନାତ୍ମକ କଳା ପ୍ରଶିକ୍ଷକ ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ଖୁବ ସହଜ ଓ ସରଳ ଭାବେ ଶିକ୍ଷା ଦିଆଯାଇଥିଲା । ଉଦ୍‌ଯାପନୀ ସମାରୋହରେ ରଞ୍ଜାଳ ବାଗ ଓ ବିକ୍ରମ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ନିର୍ଦ୍ଧେଶକ ପରମେଶ୍ୱର ବିଶିଙ୍କୁ ଭାଷା ସାହିତ୍ୟ, ନାଟକରେ ପାରଦର୍ଶିତା ପାଇଁ ସମର୍ଦ୍ଧିତ କରାଯାଇଥିଲା । କର୍ମଶାଳାରେ ପ୍ରସ୍ତୁତ ତଥା ରାଜକୁମାର ସାହୁଙ୍କ ଦ୍ୱାରା ଲିଖିତ ‘ଶ୍ରବଣ କୁମାର’ ନାଟକଙ୍କୁ ଶିଶୁ ପ୍ରଶିକ୍ଷାର୍ଥୀମାନେ ଖୁବ ସୁନ୍ଦର ଭାବେ ପରିବେଷଣ କରିଥିଲେ । ବାତ୍ସଲ୍ୟପ୍ରେମ ଓ ପିତାମାନଙ୍କ ସେବା ଉପରେ ପର୍ଯ୍ୟବେସିତ ଏହି ନାଟକରେ ଲାଦୁ ମହାନନ୍ଦ ସଂଗୀତରେ ସହଯୋଗ କରିଥିବା ବେଳେ ଗୁରୁ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ଉପଦେଷ୍ଟା ଥିଲେ । ଏହି ଉଦ୍‌ଯାପନୀ ଉତ୍ସବକୁ ମହେନ୍ଦ୍ର ସାହୁ, କୁଳମଣି ପଶୟତ, ଚତୁର୍ଭୁଜ ସାହୁ, ଜୟନ୍ତ ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ସୀତାକାନ୍ତ ସାହୁ, ଆଦର୍ଶ ସାହୁ, ରବୀନ୍ଦ୍ର ସାହୁ, ରୋହିତ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.