ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ-ହୀରାପୁର ପ୍ରଧାନମନ୍ତ୍ରୀ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ସମାରୋହର ସହ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଜୟପାଟଣା ଗୋଷ୍ଠୀ ସାଧନ କାର୍ଯ୍ୟାଳୟ ଅଧିନସ୍ଥ ଅନେକ ବିଦ୍ୟାଳୟ ମାନଙ୍କରୁ ବାଲ ବୈଜ୍ଞାନିକ ଛାତ୍ରଛାତ୍ରୀମାନେ ୧୦୯ ଗୋଟି ବିଭିନ୍ନ ପ୍ରକାର ବିଜ୍ଞାନ ସମ୍ୱନ୍ଧୀୟ ପ୍ରକଳ୍ପ ମାନ ପ୍ରଦର୍ଶିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରୁ ବିଜ୍ଞାନ ଶିକ୍ଷକ, ଗାଇଡ଼ ଶିକ୍ଷକ, ତଥା ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ରହିଥିଲେ । ହୀରାପୁର ପି. ଏମ୍. ଶ୍ରୀ ବିଦ୍ୟାଳୟ ଦ୍ଵାରା ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା । ଏହି ଅବସରର ଉଦଘାଟନ ସଭାର ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁର ବାଲା ଜେନାଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବି.ଇ.ଓ. ପ୍ରେମନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ଏ.ବି.ଇ.ଓ. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନମୋହନ ନାଏକ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ବି.ଏସ୍.ଆର୍.ସି ମଙ୍ଗଳିଚରଣ ମୁଦୁଲି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୀରାପୁର କ୍ଲଷ୍ଟର ତାପସ ପଣ୍ଡା, ଯୋଗଦେଇଥିଲେ । ବି.ଇ.ଓ. ମହେଶ କୁମାର ଭାଟିଙ୍କ କର କମଳରେ ବିଜ୍ଞାନ ପ୍ରଦର୍ଶନୀ ମେଳାର ଶୁଭ ଉଦ୍ଘାଟନ ହେବା ପରେ ସମସ୍ତ ଅତିଥିଗଣ ବିଜ୍ଞାନମେଳା ପରିଦର୍ଶନ କରିଥିଲେ । ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିବା ପାଇଁ ସୁଧୀର କୁମାର ବେହେରା, ଉଦୟଶଙ୍କର ପ୍ରଧାନ, ଅମୂଲ୍ୟ କୁମାର ସିଂ, ଅବିନାଶ ନାଏକ, କମଳକାନ୍ତ ସାହୁ, ପରମେଶ୍ୱର ଶବର, ମଧୁସୂଦନ ଭରଦ୍ୱାଜଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପର୍ଯ୍ୟବେକ୍ଷକ ମାନଙ୍କ ମୂଲ୍ୟାଙ୍କନ ଆଧାରରେ କୃତି ପ୍ରତିଯୋଗୀ ବାଲ ବୈଜ୍ଞାନିକମାନେ ଚୟନ ହୋଇଥିଲେ । ଦ୍ଵିତୀୟ ପର୍ଯ୍ୟାୟ ଉଦଯାପନୀ ଶିବିର ସଭା ବି.ଇ.ଓ ମହେଶ କୁମାର ଭାଟିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ପଂଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବି.ଏସ୍.ଆର୍.ସି ମଙ୍ଗଳି ଚରଣ ମୁଦୁଲି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସି.ଆର୍.ସି.ସି. ତାପସ ପଣ୍ଡା, ମାନସ ରଞ୍ଜନ ପଣ୍ଡା, ଜୟପାଟଣା ବ୍ଲକ ବି.ଜେ.ଡ଼ି ସଭାପତି ମୀନକେତନ ପୁଝାରୀ, ଏସ୍.ଏମ୍.ସି ସଭାପତି ମନମୋହନ ନାଏକ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ପୁରସ୍କୃତ ବାଲ ବୈଜ୍ଞାନିକମାନେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ଭାଗ ନେବା ପାଇଁ ଚୟନ ହୋଇ ଥିବାବେଳେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ମଧ୍ୟ କୃତି ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବାର ସୁବିଧା ସୁଯୋଗ ଥିବା ବିଷୟକୁ ଅତିଥିମାନେ ପରିପ୍ରକାଶ କରି କୁନି ବୈଜ୍ଞାନିକ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏକ ଭବ୍ୟ ସମାବେଶ ମଧ୍ୟରେ ସରକାରଙ୍କ ପ୍ରଣୀତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ସମସ୍ତ କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଦର୍ଶନୀ ମେଳା ପରିଚାଳନା ପରିଷଦର ଅଙ୍ଗୁର ବାଲା ଜେନା, ମଙ୍ଗଳି ଚରଣ ମୁଦୁଲି, ହେମନ୍ତ ପାଣିଗ୍ରାହୀ, ରୋହିତ ମହାରଣା, ସନ୍ଧ୍ୟାରାଣୀ ସାହୁ, ଗୋକୁଳାନନ୍ଦ ଠାକୁର, ସୁବ୍ରତ ସ୍ୱାଇଁ, ବଳାରାମ ନାୟକ, ଅଭିଜିତଗିରି, ନରସିଂହ ନାଏକ, ତାପସ ପଣ୍ଡା, ମାନସ ରଞ୍ଜନ ପଣ୍ଡା, ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ରୂପାୟନ ପାଇଥିଲା । ଗାନ୍ଧୀଗ୍ରାମପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା, ମୁସରି ପଡା ଉଚ୍ଚ ପ୍ରାଥକିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ବରିଷ୍ଠ ଶିକ୍ଷକ ହେମନ୍ତ ମାଝି ଅତିଥି ପରିଚୟ, ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଚିନ୍ମୟ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।