ଗୁଡ଼ଭେଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଓଡିଶା ଆଦର୍ଶ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବିଇଓ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବିଡିଓ ଗୁରେଶ୍ୱର ଭୋଇ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିଲେ । ଟିଜିଟି ଶିକ୍ଷକ ଚତୁର୍ଭୁଜ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଟିଜିଟି ଶିକ୍ଷକ ଆଶିଷ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଜିତେନ୍ ତାଣ୍ଡି ସଭା ସଞ୍ଚାଳନ କରିଥିଲେ । କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବ୍ଲକ ସଂଯୋଜକ ସୁବ୍ରତ ସାହୁ । ଆବାହକ ଜଗଦିଶ ନାଗ ମଞ୍ଚାସୀନ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବେବି ଦୋରା ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟିଟିଲାଗଡ଼ ଏମ୍‌ଏଲ୍‌ଏ ନୋମିନି ଅଶୋକ ଦୋରା, ଭାଇସ୍ ଚେୟାରମେନ ଟୁକୁରାମ ପାଣିଗ୍ରାହୀ ଏବଂ ଡବ୍ଲୁଇଓ ଆଶିଷ ବିଶ୍ୱାଳ, ସୁବ୍ରତ ସାହୁ ଓ ଜଗଦିଶ ନାଗ ଯୋଗ ଦେଇଥିଲ । ଆୟୋଜିତ ବିଭିନ୍ନ ବିଭାଗର କୃତୀ ବାଲ ବୈଜ୍ଞାନିକ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ ସିଆର୍‌ସିସି, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଚାରକ ଗଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.