oum

ବଲାଙ୍ଗିରରେ ମେଗା ଆଇନ ସହାୟତା ଶିବିର ଓ ଆଇନ ସମ୍ବନ୍ଧିୟ ପ୍ରଦର୍ଶନୀ ମେଳା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସିଭିଲ୍‌ କୋର୍ଟ ପରିସର, ବଲାଙ୍ଗିର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ମେଗା ଆଇନ ସହାୟତା ଶିବିର ଓ ଆଇନ ସମ୍ବନ୍ଧିୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ର, ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିର, ନିତିନ କୁଶଳକର , ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର, ଅନନ୍ତ ନାରାୟଣ ସିଂ ଲାଗୁରି, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବଲାଙ୍ଗିର, ଡା. ଭିମ ସାହୁ, ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହା ସହିତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ ଏହି ମେଗା ଆଇନ ସହାୟତା ଶିବିର ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାଧିକରଣ ତରଫରୁ ଆୟୋଜିତ ଆଇନ ସମ୍ବନ୍ଧୀୟ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶିତ ଆଇନ ସମ୍ବନ୍ଧିୟ ବିଷୟବସ୍ତୁ ଗୁଡିକର ପ୍ରତିଛବି ଉପୋରକ୍ତ ସମସ୍ତ ଅଧିକାରୀ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ଏହି ମେଳାରେ ଭାରତୀୟ ବିଚାର ବିଭାଗ ଦ୍ୱାରା ପ୍ରକାଶିତ ହୋଇଥିବା ବିଭିନ୍ନ ଯୁଗାନ୍ତକାରୀ ଏବଂ ଉଦାହରଣ ସୃଷ୍ଟିକାରୀ ରାୟମାନଙ୍କର ବିବରଣୀ ପ୍ରତିଛବି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହା ସହିତ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ କିଭଳି ଭାବରେ ସୃଷ୍ଟି ହୋଇଥିଲା, କେଉଁ ସମ୍ବିଧାନର ଧାରା ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ଏହି ସଂସ୍ଥା ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନାଗୁଡିକୁ ପ୍ରତିଛବି ଦ୍ୱାରା ସର୍ବସାଧାରଣଙ୍କ ଉପଲକ୍ଷେ ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାରେ ଭାରତୀୟ ବିଚାର ବିଭାଗର ଉଲ୍ଲେଖନୀୟ ବିଚାର ଧାରା ସଂପର୍କରେ ବିବରଣୀ ବହନ କରୁଥିବା ପ୍ରତିଛବି ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାକୁ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ଜନତା ଏବଂ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିବିଶେଷ ପରିଦର୍ଶନ କରିବା ସହିତ ଭାରତୀୟ ବିଚାର ବିଭାଗ ବିଷୟରେ ଅନେକ ଉପାଦେୟ ତଥ୍ୟ ପାଇପାରିଥିଲେ । ଶିବିରରେ ଆଇନ ସେବା ପ୍ରାଧିକରଣ ତରଫରୁ ମାଗଣାରେ ଦିଆଯାଉଥିବା ବିଭିନ୍ନ ଆଇନ ସେବା ସଂପର୍କରେ ସଚେତନ କରିବା ସହ ବିଭିନ୍ନ ବିଭାଗ ତରଫରୁ କାର୍ୟ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ଗୁଡିକ ସଂପର୍କରେ ଉପସ୍ଥିତ ଅତିଥି ଗଣ ଆଲୋକପାତ କରିଥିଲେ ତ୍‌ତସହିତ ତୃଣମୁଳ ସ୍ତରରେ ଆଇନ ସେବା ପ୍ରାଧିକରଣର ବିଭିନ୍ନ ଆଇନ ସହାୟତା ଯୋଜନା ଏବଂ ସରକାରୀ ଯୋଜନା ଗୁଡିକର ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଶିବିରରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଶିବିରରେ କୋରୋନା ମହାମାରୀ କାଳରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇ ଅସହାୟ ହୋଇଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇ ଆଶୀର୍ବାଦ ଯୋଜନାରେ ସ୍ୱତନ୍ତ୍ର ଭାବେ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ସହାୟତାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨୨ ଜଣ ହିତାଧିକାରୀଙ୍କୁ ଭତ୍ତା, ବିବାହ ପ୍ରୋତ୍ସାହନ, ସ୍ମାର୍ଟ ବ୍ଲାଇଣ୍ଡ ଷ୍ଟିକ, ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ସେହି ପରି ଜିଲ୍ଲା ଶ୍ରମ ବିଭାଗ ତରଫରୁ ୦୩ ଜଣ ହିତାଧିକାରୀଙ୍କୁ ବିବାହ ଏବଂ ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିଲା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ମମତା ଯୋଜନାରେ ମନୋନିତ ୦୪ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ରାଜସ୍ୱ ବିଭାଗ ଦେଓଗାଁ ତହସିଲ ତରଫରୁ ବସୁନ୍ଧରା ଯୋଜନାରେ ୦୨ ଜଣ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ, ବଲାଙ୍ଗିର ତରଫରୁ ୨ ଜଣ ହିତାଧିକାରୀଙ୍କୁ ବଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାଟ କାର୍ଡ ପ୍ରଦାନ କରାଯାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ , ବଲାଙ୍ଗିର ତରଫରୁ ୧୦ ଜଣହିତାଧିକାରୀଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ୦୧ ଜଣ ହିତାଧିକାରୀଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରୁ ପ୍ରାଧିକରଣର ସଚିବ ଶ୍ରୀ ଦାଶ ସଂଯୋଜନା କରିଥିଲେ । ଏହି ଶିବିରରେ ଲକ୍ଷ୍ମୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ କୁମାରୀ ପାନାମଣି ସୋରେନ ପ୍ରମୁଖ ଉପସ୍ଥିତି ଥିଲେ । କୋର୍ଟ ମ୍ୟାନେଜର ଶ୍ରୀମତୀ ପ୍ରିତିରାଣୀ ନାଗ ଏହି କାର୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.