- “ପରିବେଶ ଅନୁକୂଳ ପ୍ରକଳ୍ପ ପ୍ରଦର୍ଶନୀ ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପରିବେଶ ଅନୁକୂଳ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଡିଇଓ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଇଓ ପ୍ରବୀର ପଣ୍ଡା, ମୁଖ୍ୟବକ୍ତା ଭାବେ ରୀନା କୁମାରୀ ବେହେରା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭକ୍ତ ବନ୍ଧୁ ମିଶ୍ର, ଶିକ୍ଷାବିତ ସନାତନ ଠାକୁର, ପୂର୍ବତନ ଡିଏସଏସ ରାଜେଶ ମିଶ୍ର, ବଲାଙ୍ଗିର ବ୍ଲକ ବିଇଓ ନୀଳମଣି ପଟେଲ, ସଇଁତଳା ବିଇଓ ଦିଲୀପ ଯୋଶୀ, ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମାନ୍ତରା ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ପରିବେଶ ଅନୁକୂଳ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ରୀନା କୁମାରୀ ବେହେରା ନିଜ ବକ୍ତବ୍ୟରେ ପରିବେଶ ବଞ୍ଚିଲେ ହିଁ ମାନବ ବଞ୍ଚିବ ବୋଲି କହିଥିଲେ । ଏଡିଇଓ ସେବାଶ୍ରୀ ଭୋଇ ପୁସ୍ତକୀୟ ଜ୍ଞାନ ଛଡା ଛାତ୍ରଛାତ୍ରୀମାନେ ବ୍ୟବହାରିକ ଅନୁଭବ ମାଧ୍ୟମରେ ପ୍ରକୃତି ସହ ସମ୍ପର୍କ ସୃଷ୍ଟି କରନ୍ତି ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଏହି ଅବସରରେ ପୂର୍ବତନ ସମସ୍ତ ଡିଏସଏସ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିମନ୍ତ୍ରିତ ଅତିଥି ତଥା ବିଚାରକ ଭାବେ ବରଗଡ଼ ଜିଲ୍ଲାରୁ ଡ.ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷକ ଶିବ ଶଙ୍କର ଦାଶ, ପ୍ରଧାନ ଶିକ୍ଷକ ଭାଗିରଥି ନାଏକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାର ୧୪ଗୋଟି ବ୍ଲକରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ୪୨ଜଣ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷକ ସରୋଜ ନାୟକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ନୂତନ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଳକା ବେହେରା, ରାମଚନ୍ଦ୍ରପୁର ପ୍ରଥମ ସ୍ଥାନ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଓମ ପ୍ରକାଶ ନାଏକ ଦ୍ଵିତୀୟ ସ୍ଥାନ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲ୍ଲାର ଛାତ୍ରୀ ପୂଜା ବୁଡ଼େକ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ବିଜ୍ଞାନ ଶିକ୍ଷକ ତାରାକାନ୍ତ ମିଶ୍ର, ରାଜ ପ୍ରସାଦ ପଧାନ, ବିଷ୍ଣୁ ମିଶ୍ର, କାର୍ତ୍ତିକ ପଣ୍ଡା, ବିଜ୍ଞାନ ଶିକ୍ଷୟିତ୍ରୀ ଧାରାଶ୍ରୀ ଧୀମହୀ ବେହେରା, ବିନ୍ଦୁ ରେଖା ସାହୁ, ଜସ୍ମିନ ସାହୁ, ସୋମନାଞ୍ଜଳି ସାହୁ, ସଂଗୀତା ସାହୁ, ପ୍ରଜ୍ଞା ପରମିତା ବଘାର, ରଶ୍ମିତା ଦାଶ, ସୌମ୍ୟାଶ୍ରୀ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।