ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହାୟକ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆଇନ ବିଷୟରେ ପି.ଏଚ୍.ଡି. ଉପାଧି ସଫଳତାର ସହିତ ଅର୍ଜନ କରିଛନ୍ତି । ତାଙ୍କ ଗବେଷଣା ପ୍ରବନ୍ଧ “Sentencing Policy and Practice under the Criminal Justice Delivery System in India: Judicial Interpretation and Analogy” ଶିରୋନାମାରେ ସ୍ନାତକୋତ୍ତର ଆଇନ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର (ଡା.) ମୀନ କେତନ ସାହୁଙ୍କ ତତ୍ତ୍ୱାବଧାନରେ ସଫଳତା ସହିତ ସମ୍ପନ୍ନ ହୋଇଛି । ୦୯.୧୨.୨୦୨୫ ତାରିଖରେ ଆୟୋଜିତ ମୌଖିକ ପରୀକ୍ଷାରେ ଉକ୍ତ ଗବେଷଣା ପ୍ରବନ୍ଧକୁ ବାହ୍ୟ ପରୀକ୍ଷକ ଭାବେ ପ୍ରଫେସର (ଡ଼.) ମନୋଜ କୁମାର ପାଢ଼ୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ପ୍ରଫେସର (ଡ଼.) ପ୍ରଦୀପ କୁମାର ଦାସ, ସେଣ୍ଟ୍ରାଲ୍ ୟୁନିଭର୍ସିଟି ଅଫ୍ ସାଉଥ୍ ବିହାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ମୂଲ୍ୟାୟନ ତଥା ଉଚ୍ଚ ପ୍ରଶଂସିତ ହୋଇଛି । ସେ ପ୍ରଦୀପ କୁମାର ଖମାରୀ ଓ ଶ୍ରୀମତୀ ପ୍ରତିମା ଖମାରୀଙ୍କ ସୁପୁତ୍ର; ଗାଁ ଚନ୍ଦନଭାଟି (ବଲାଙ୍ଗିର) ନିବାସୀ ସ୍ୱର୍ଗତ ଭାବଗ୍ରାହୀ ଖମାରୀ ଓ ସ୍ୱର୍ଗତ ଶ୍ରୀମତୀ ସରୋଜିନୀ ଖମାରୀଙ୍କ ନାତି (ପିତୃ ପକ୍ଷରୁ) ଏବଂ ସାଗରପଡ଼ା, ବଲାଙ୍ଗିର ନିବାସୀ ସ୍ୱର୍ଗତ ଶ୍ରୀ ଟଙ୍କଧର ହୋତା ଓ ଶ୍ରୀମତୀ ଟିଲେଶ୍ୱରୀ ହୋତାଙ୍କ ନାତି (ମାତୃ ପକ୍ଷରୁ) । ଏହା ସହ ତାଙ୍କ ଭାଇ ଦେବୀ ପ୍ରସାଦ ଖମାରୀଙ୍କ ନୈତିକ ସମର୍ଥନ ପାଇଁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି ।