jayashree

କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ୬୨ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ପରିସରରେ ସୋମବାର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଏକ ବୈଠକ ଡ଼ିଭିଜନ ସଂପାଦକ କୋକିଳ ସାହୁ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପଦ୍ମପୁର କେନ୍ଦୁପତ୍ର ବନଖଣ୍ଡ କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ୬୨ ଜଣ ସାମୟିକ କର୍ମଚାରୀ ତୋଳାଳୀ ଓ ବନ୍ଧେଇ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷ ଟଙ୍କା ଲେଖାଏଁ ଆନୁତୋଷିକ ଚେକ୍ ବଣ୍ଟନ କରିଥିଲେ । ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟରେ ବିଜେପି ଶାସନକୁ ଆସି ଥିବାରୁ ଏହି ସହାୟତା ରାଶି ମିଳିପାରିଛି ବୋଲି କହିବା ସହ ଉକ୍ତ ଅର୍ଥରାଶି ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ କୋକିଳ ସାହୁ କରିଥିଲେ । ସଭା ଆରମ୍ଭରୁ ସାଂସଦ ପୁରୋହିତଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ରେଞ୍ଜର ଗୋପାଳ ଚନ୍ଦ୍ର ସାଏ, ରୂପେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ରେଞ୍ଜର ନିହାର ରଞ୍ଜନ ସୁତାର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.