ଅଦିନିଆଁ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ : ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେର୍ମେଲାବାହାଲ ପଞ୍ଚାୟତ ଅଧିନସ୍ଥ ବିଜାଡ଼ିହ ଗ୍ରାମର କେତେକ ଚାଷୀ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୧୯ ଶନିବାର ଦିନ ପବନ ବହିବା ସଙ୍ଗେ ଅଦିନିଆଁ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଓ ପବନ ହେତୁ ଚାଷ ହୋଇଥିବା କ୍ଷେତରେ ପାଣି ଜମି ଯାଇ ଧାନ ଗଛ ଗୁଡିକ ତଳେ ପଡି ନଷ୍ଟ ହୋଇଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀ ମାନେ ଧାର କରଜ କରି ରୋଗ ପୋକ ଦାଉରୁ ରକ୍ଷା କରି ଠିକ୍‌ ଭାବରେ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷା ପବନରେ ଧାନ ପାଚିବା ପୂର୍ବରୁ ତଳେ ପଡି ନଷ୍ଟ ହୋଇଯାଇଥିବା ହେତୁ ଚାଷୀମାନେ ହତାଶ ଓ ନିରାଶ ହୋଇ ଚିନ୍ତାରେ ପଡି ଯାଇ ଅଛନ୍ତି । ତେଣୁ ଏ ସବୁ ପ୍ରତି ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ଏହାର ବିହିତ ତଦନ୍ତ କରି ନଷ୍ଟ ହୋଇଥିବା ଫସଲରୁ କ୍ଷୟ କ୍ଷତି ଆକଳନ କରି ସମ୍ପୃକ୍ତ ଚାଷୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଫଡଲ ବୀମା ଯୋଜନାରେ ବୀମା ରାଶି ପ୍ରଦାନ କଲେ ଚାଷୀମାନେ ଉପକୃତ ହୁଅନ୍ତେ ବୋଲି ନିବେଦନ କରିଛନ୍ତି । ଦାବିପତ୍ର ଦେବା ସମୟରେ ବିଜାଡ଼ିହ ଗ୍ରାମର ବିଶ୍ଵାମିତ୍ର ସାହୁ, ହରିବୋଲ ସାହୁ, ନାରାୟଣ ସାହୁ, ରୁକ୍ମଣ ମର୍ହିଙ୍କ ସହ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.