oom

ପଦ୍ମପୁର ଓକିଲ ସଂଘ ତରଫରୁ ୩୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ୩୦୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ସ୍ଥାପନ ଉଦ୍ଦେଶ୍ୟରେ ଆଜି ଓକିଲ ସଂଘ, ପଦ୍ମପୁରର ସଭାପତି ଆନନ୍ଦ କୁମାର ପଣ୍ଡା ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ, ପଦ୍ମପୁରଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପଦ୍ମପୁର ଉପରେ ଆଖପାଖର ଯଥା ଛତିଶଗଡ଼, ନୂଆପଡ଼ା ଜିଲ୍ଲା, ବଲାଙ୍ଗିର ଜିଲ୍ଲାର ହଜାର ହଜାର ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ପଦ୍ମପୁର ଉପରେ ନିର୍ଭରଶୀଳ ଏବଂ ପଦ୍ମପୁର ଉପଖଣ୍ଡ ଏକ ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ଏହାର ଆବଶ୍ୟକତା ରହିଛି । ଏ ଅଞ୍ଚଳରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଲେ ଅଞ୍ଚଳର ଗରିବ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ ଯେଉଁମାନଙ୍କ ପାଇଁ ମେଡ଼ିକାଲ ପାଠ ସ୍ୱପ୍ନ ଖର୍ଚ୍ଚ ବହୁଳ ପାଇଁ, ଚିର ମରୁଡି ପ୍ରପୀଡ଼ିତ, ଅନୁନ୍ନତ ଅଞ୍ଚଳ ପଦ୍ମପୁରରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଏବେ ସବୁ ମହଲରେ ଦାବି ହେଉଛି । ଦାବିପତ୍ର ପ୍ରଦାନ ସମୟରେ ଓକିଲ ସଂଘର ଉପସଭାପତି କେଶବ ସାହୁ, ସହ ସମ୍ପାଦକ ରୋହିତ କୁମାର ଭୋଇ, ଶାନ୍ତନୁ ତ୍ରିପାଠୀ, ଆଦିତ୍ୟ ରଥ, ଗିରିବଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.