oum

ମୁରିବାହାଲ ବ୍ଲକର ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବସର ଦିନ ହିଁ ପ୍ରଥମ କରି ପେନ୍‌ସନ୍ ପ୍ରଦାନ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚାକିରୀର ଶେଷ ଅବସର ଦିନ ହିଁ ପ୍ରଥମ କରି ପେନ୍‌ସନ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଏହି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଙ୍କର ସମସ୍ତ ପେନ୍‌ସନ୍‌ ପେପର ପ୍ରଦାନ କରାଯାଇଥିବା ଜଣାପଡିଛି । ଏଥିରେ ଡେଙ୍ଗପଦର ସ୍କୁଲର ପ୍ରଧାନଶିକ୍ଷକ କିଶୋର ବାରିକ ଓ ବାଙ୍କେଲ ସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ତାଣ୍ଡିଙ୍କୁ ଅବସର ଦିନ ହିଁ ତାଙ୍କର ଫାଇନାଲ୍‌ ପେନ୍‌ସନ୍‌ ପେପର ପ୍ରଦାନ କରାଯାଇଥିଲା । ସେହିପରି ଡ଼ଙ୍ଗାବାଞ୍ଜି ସ୍କୁଲର ପ୍ରଧାନଶିକ୍ଷକ ଜନ୍ମେଜୟ ବେହେରା, ଜାମକାନୀ ସ୍କୁଲର ପ୍ରଧାନଶିକ୍ଷକ ସର୍ବେଶ୍ଵର ମହାକୁର, ଘଣ୍ଟବାହାଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଆଚାର୍ଯ୍ୟ, ବାଲିଖମାର ସ୍କୁଲର ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁର, ଯମୁନାବାହାଲ ସ୍କୁଲର ପ୍ରଧାନଶିକ୍ଷକ ଅବଧୂତ ସାହୁ ଓ ବେଲପଦର ସ୍କୁଲର ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କୁ ଅବସର ଦିନ ହିଁ ପ୍ରୋଭିଜିନାଲ୍‌ ପେନ୍‌ସନ୍‌ ପେପର ପ୍ରଦାନ କରାଯାଇଛି । ଏହି ପେନ୍‌ସନ୍‌ ପେପର ପ୍ରଦାନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହା ସହିତ ଅବସର ଗ୍ରହଣ କରିସାରିଥିବା ଏହି ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ନିଜ ବିଦ୍ୟାଳୟ ସହ ସଂପୃକ୍ତ କ୍ଲଷ୍ଟରଗୁଡିକରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ସମସ୍ତ ସିଆର୍‌ସିସି, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.