କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପକଣ୍ଠ ସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ଏକ ଦାବୀପତ୍ର ମଙ୍ଗଲବାର ଦିନ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ପ୍ରଦାନ କରାଯାଇଛି । ଏହା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଚେତନ ନାଗରୀକ ତଥା କଣ୍ଟାବାଞ୍ଜି ବିକାଶ ସମିତି ଦ୍ୱାରା ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କଣ୍ଟାବାଞ୍ଜି ସହରର ୩୧ ହଜାରରୁ ଅଧିକ ବାସିନ୍ଧା, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ ପଡୋଶି ବେଲପଡା ବ୍ଲକ ତଥା ନୂଆପଡା ଜିଲ୍ଲା ଅଂଚଳର ଲୋକେ ନିର୍ବର କରନ୍ତି । ଦୈନିକ ଏହି ଡାକ୍ତରଖାନାକୁ ଶହ ଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ସହିତ ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଉନ୍ନୀତ କଲେ ହଜାର ହଜାର ଲୋକେ ଉପକୃତ ହୋଇପାରିବେ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏପରିକି ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ସମସ୍ତ ଭିତ୍ତିଭୂମି ରହିଛି । ଏଣୁ ଏହାକୁ ଯଥା ଶିଘ୍ର ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦାବୀରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ବିବେକ ଶର୍ମା, ବେଦବ୍ୟାସ ନାଗ, ଦିପକ ସେଲମା, ଅକ୍ଷୟ ମେହେର, ଦାମୋଦର ମେହେର, ଯୁଧିଷ୍ଟିର ଜାଲ, ଆନ୍ନ ସାହୁ, କ୍ଷିର ବଛା ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.