ସାମ୍ବାଦିକ ପେନ୍‌ସନ୍‌ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ପେନ୍‌ସନ୍‌ ଓ ସୁରକ୍ଷା ସମେତ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ବିଜ୍ଞାପନ ପ୍ରଦାନ କରିବା କ୍ଷେତ୍ରରେ କ୍ରମାଗତ ଭାବେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି ଅବହେଳା କରାଯାଉଥିବା ଘଟଣାର ତଦନ୍ତ କରି ଯେଭଳି ବିଜ୍ଞାପନ ପ୍ରଦାନରେ ସ୍ୱଚ୍ଛତା ରକ୍ଷା କରାଯାଇପାରିବ ସେ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଉ । ସରକାରଙ୍କ ସ୍ୱୀକୃତି ଅନୁମୋଦନ ପାଇଁ ଆବେଦନ କରିଥିବା ସମ୍ବାଦପତ୍ରଗୁଡ଼ିକ ପ୍ରତି କୋହଳ ମନୋଭାବ ଗ୍ରହଣ ସହ ସ୍ୱୀକୃତି ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ । ଯେଉଁମାନେ ସରକାରଙ୍କ ନୀତି ଅନୁସାରେ ଧାରାବାହିକ ଭାବେ ସମ୍ବାଦପତ୍ର ପ୍ରକାଶ ନକରୁଛନ୍ତି, ସେମାନଙ୍କ ପ୍ରତି ପାତର ଅନ୍ତର ନକରି ସରକାରୀ ସ୍ୱୀକୃତି ପ୍ରଦାନ କରାଯାଉ ଏବଂ ସମ୍ପ୍ରତି ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ରାଜ୍ୟ ସ୍ତରୀୟ ଅଧିସ୍ୱୀକୃତି ପ୍ରଦାନ କରାଯାଉ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ପୂର୍ବରୁ ଦିଆଯାଉଥିବା ସର୍ବନିମ୍ନ ବିଜ୍ଞାପନ ଦେୟକୁ ବୃଦ୍ଧି କରି କାଗଜ, କାଳି ଓ ବୈଦ୍ୟୁତିକ ଖର୍ଚ୍ଚ ଏବଂ ବିଭିନ୍ନ ସାମଗ୍ରୀର ବୃଦ୍ଧି ଦୃଷ୍ଟିରୁ ଏହାକୁ ସର୍ବନିମ୍ନ କଲମ୍‌ ? ସିମ୍‌ ? ପ୍ରତି ୨୫ ଟଙ୍କା କରାଯାଉ । ସମସ୍ତ ପ୍ରକାଶକମାନ ଓ ସମ୍ପାଦକଙ୍କୁୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିସରଭୁକ୍ତ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ । ଭାରତ ବର୍ଷର ୧୭ଟି ରାଜ୍ୟରେ ସାମ୍ବାଦିକ ପେନ୍‌ସନ୍‌ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ଦୀର୍ଘ ୪ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀମାନେ ପେନ୍‌ସନ୍‌ ଯୋଜନା ପ୍ରଣୟନ କରାଯିବ ବୋଲି ବହୁ ସମୟରେ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ଏ ଦିଗରେ ଆପଣ ପଦକ୍ଷେପ ନେବେ ବୋଲି ଆମର ଅନୁରୋଧ । ଫଳରେ ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକମାନେ ଏହାର ସୁଫଳ ପାଇପାରିବେ । ଏଥିସହ ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ସାମ୍ବାଦିକ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଉ । ଡିଏଭିପି ଦର ଅନୁଯାୟୀ ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ଦର ଦିଆଯିବା ନିୟମ ଥିଲେ ମଧ୍ୟ ଏ ସମ୍ପର୍କରେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି, ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସକ୍ଷେପ । ଜିଏସ୍‌ଟି ନଥିବା ବିଲ୍‌ଗୁଡ଼ିକ ବର୍ଷ ବର୍ଷ ଧରି ପେମେଣ୍ଟ ନହୋଇ ପଡ଼ିରହିଛି । ତେଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ । ସରକାରୀ ସ୍ୱୀକୃତି ପାଇଥିବା ସମ୍ବାଦପତ୍ରଗୁଡ଼ିକର ରାଜ୍ୟ କାର୍ଯ୍ୟାଳୟ ଖୋଲିବା ପାଇଁ ଭୁବନେଶ୍ୱର ଠାରେ ସରକାରୀ କ୍ୱାଟର ପ୍ରଦାନ କରାଯାଉ । ନତୁବା ଦିଲ୍ଲୀରେ ଇଣ୍ଡିଆନ ନ୍ୟୁଜ୍‌ ? ପେପର ସୋସାଇଟି (ଆଇଏନ୍‌ଏସ୍‌ ?) କୋଠା ଭଳି ଓଡ଼ିଶାରେ ସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ର ମାନଙ୍କ ପାଇଁ ଏକ କୋଠା ନିର୍ମାଣ କରାଯାଇ ସମ୍ପୃକ୍ତ ସମ୍ବାଦପତ୍ର ଗୁଡ଼ିକର କାର୍ଯ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉ । ସମସ୍ତ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ର ଗୁଡ଼ିକ (ଆର୍‌ଏନ୍‌ଆଇ ପଞ୍ଜିକୃତ)ର ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସହାୟତା ପ୍ରଦାନ କରାଯାଉଥିଲା । ପୂର୍ବ ସରକାର ଅମଳରେ ବାର୍ଷିକ ଉତ୍ସବ ପାଇଁ ବିଜ୍ଞାପନ ପ୍ରଦାନ ପାଇଁ ଆବେଦନ କଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ । ଏହି ପ୍ରତିନିଧି ଦଳରେ ପ୍ରକାଶ ଚନ୍ଦ୍ର ନାୟକ, ସ୍ୱଦେଶ ଚନ୍ଦ୍ର ଦାସ, ରମାକାନ୍ତ ପରିଜା, ମନୋଜନ କୁମାର ବେହେରା, ମୁରଲୀ ମିଶ୍ର, ବାବୁଲି ବେହେରା, ଜ୍ୟୋତି ରଂଜନ ବେହେରା, ନିତ୍ୟ ନିରଞ୍ଜନ ପଣ୍ଡାଙ୍କ ସମେତ ସମ୍ପାଦକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.