oom

ତହଁକ୍ କୁଟୁମ୍ ତରଫରୁ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ଜୟନ୍ତୀ ପାଳନ : କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ କୁଟୁମ୍ ତରଫରୁ ସ୍ଥାନୀୟ ଆମର୍ ପସରା ଠାରେ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ୧୧୮ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କୋଶଲି ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ସାହିତ୍ୟିକ ଗୋପିନାଥ ଦଣ୍ଡସେନା କବି ଶୁସାନ୍ତ ବାଗ, କବି କୃଷ୍ଣଚନ୍ଦ୍ର ମହାକୁର, କବି ଗୋପାଲ ଚନ୍ଦ୍ର ମେହେର ଯୋଗ ଦେଇଥିଲେ ଗବେଷକ ଶ୍ରୀ ପାଣିଗ୍ରାହୀ କବି ସେଠ୍‌ଙ୍କ ସଂଘର୍ଷମୟ ଜୀବନ ଭିତରେ କେମିତି କୋଶଲି ସାହିତ୍ୟର ସର୍ଜନା ଏବଂ ସେ ସମୟରେ ହାତଗଣତି କୋଶଲି ସାହିତ୍ୟ କବି ଭିତରେ ଶ୍ରୀ ସେଠ୍‌ଙ୍କ କାବ୍ୟ କବିତା ଏକ ଉଲଗୁଲାନ ତିଆରି କରିଥିଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ । କବି ଶ୍ରୀ ବାଗ କହିଥିଲେ କୋଶଲି ଭାସାର ଭଣାରକୁ କବି ଖଗେଶ୍ୱର ସେଠ୍‌ଙ୍କ ଅବଦାନ ଅତୁଲନୀୟ ଏବଂ କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦିଆଯିବା କଥା ବୋଳି ମତ ଦେଇଥିଲେ । ତାଙ୍କର ଏ କଥାକୁ ସମସ୍ତେ ସହମତ ହେଇଥିଲେ ଏବଂ ଆଗାମୀ ଦିନରେ ତହଁକ୍‌ କୁଟୁମ୍‌ ତରଫରୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସମସ୍ତ କବି ଲେଖକ କହିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା ଆସନ୍ତା ବର୍ଷ କବି ସେଠ୍‌ଙ୍କ ଜୟନ୍ତି ବହୁ ଆଡମ୍ବରରେ ତହଁକ୍‌ କୁଟୁମ୍‌ ପାଳନ କରିବ ଏବଂ କବିଙ୍କ ସାହିତ୍ୟ ଘରକୁ ଘର କେମିତି ପହଞ୍ଚି ପାରିବ ତାର ପ୍ରଚେଷ୍ଟା କରାଯିବ ବୋଲି କହିଥିଲେ । କାର୍ୟ୍ୟକ୍ରମକୁ ତହଁକ୍‌ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ ଶେଷରେ ଶ୍ରୀ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.