ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାରକୁ ସିଆଇଟିୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାରଳା ବସ୍‌ର କଣ୍ଡକ୍ଟର ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ (ସିଆଇଟିୟୁ)ର ସଦସ୍ୟ ଅରୁଣ କୁମାର ମହାନ୍ତଙ୍କ ପରିବାରକୁ ନୂଆ ବସ୍‌ଷ୍ଟାଣ୍ଡରେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ୟୁନିୟନ ପକ୍ଷରୁ ପରିବହନ ଶ୍ରମିକମାନଙ୍କ ପାଇଁ କରାଯାଇଥିବା ୫ ଲକ୍ଷ ଟଙ୍କାର ବୀମା ରାଶିକୁ ପ୍ରଦାନ କରାଯାଇଛି । ୟୁନିୟନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନିୟନର ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି, ଉପସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ, ସଂପାଦକ ଅକ୍ଷୟ ମହାନ୍ତ, ଶୁଭେନ୍ଦୁ ମହାନ୍ତି, ୟୁନାଇଟେଡ଼ ଇନସୁରାନସ୍‌ର ଶାଖା ପ୍ରବନ୍ଧକ ବନ୍ଦନା ଏକ୍କା, ବସ୍ ମାଲିକ ସଂଘ ନେତା ମୀନ କେତନ ମହାନ୍ତି, ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ମୃତ ଶ୍ରମିକଙ୍କ ପିତା ହାରା ମହାନ୍ତ ଓ ମାତା ମାନ୍ଦା ମହାନ୍ତଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ୟୁନିୟନ ପକ୍ଷରୁ ପ୍ରଦାନ କରିଥିଲେ । ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ପକ୍ଷରୁ ୟୁନିୟନର ସମସ୍ତ ସଭ୍ୟମାନଙ୍କର ବୀମା ରାଶି ପ୍ରଦାନ କରାଯାଇ ବୀମା କମ୍ପାନୀରେ ସଭ୍ୟ ଭୁକ୍ତ କରାଯାଇଛି, ଯାହା ଫଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କିମ୍ବା ବିକଳାଙ୍ଗ ହେଉଥିବା ଶ୍ରମିକମାନଙ୍କୁ ବୀମା ରାଶି ପ୍ରଦାନ କରାଯାଇ ପାରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ଅଜୟ ଶର୍ମା, ମୋଟର କର୍ମଚାରୀ ସଂଘ ନେତା ଗୋପାଳ ହାଜରା, ବଜରଙ୍ଗି ଲୋହାର, ଅଶ୍ଵିନୀ ସାହୁ, ତଲତ୍ ମେହମୁଦ୍, ମହମ୍ମଦ ଅରିଫ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.