oom

ଆମ୍ ଆଦମୀ ପାର୍ଟି ପକ୍ଷରୁ ନୀଳକଣ୍ଠ ରେଡ୍ଡୀଙ୍କ ପ୍ରଚାର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ଆସନଟି ଅନ୍ୟତମ ଗୁରୁତ୍ତ୍ଵପୂର୍ଣ୍ଣ ମର୍ଯ୍ୟାଦା ବହନ କରିଆସିଛି । ଗୋପାଳପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପି. ନୀଳକଣ୍ଠ ରେଡ୍ଡୀଙ୍କ ନାମ ଆପ୍ ଘୋଷଣା କରିଛି । ତେବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପି. ନୀଳକଣ୍ଠ ରେଡ୍ଡୀଙ୍କ ଭୋଟ୍‌ ପ୍ରଚାର ଜୋର୍ ସୋର୍ ହେବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ’ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉକ୍ତ ବିଧାନସଭା କ୍ଷେତ୍ର ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ସହ ମିଳାମିଶା କରି ନୀଳକଣ୍ଠ ବାବୁ ନିଜର ପାରଦର୍ଶିତାର ସହ ସମ୍ପର୍କ ଘନୀଭୂତ କରିବାରେ ବାହାରି ପଡ଼ିଛନ୍ତି । ଆରମ୍ଭ କରିଥିବା ତାଙ୍କରି ପ୍ରଚାର ଉଦ୍ୟମ ସଫଳତା ଆଡ଼କୁ ଅଗ୍ରସର କରୁଛି । ଆମ୍‌ ଆଦମୀ ପାର୍ଟି ପକ୍ଷରୁ ନୀଳକଣ୍ଠ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ଜୋର୍ ସୋର୍ ପ୍ରଚାରରେ ଲଗି ପଡ଼ିଛନ୍ତି । ପ୍ରକାଶ ଥାଉକି, ଗୋପାଳପୁର ଆସନଟିରେ ବିଧାୟକ ଭାବେ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ଇତିମଧ୍ୟରେ ପଦ ମର୍ଯ୍ୟାଦା ରଖି ଆସିଥିବା ବେଳେ ଏବେ ଶ୍ରୀ ପାଣିଗ୍ରାହୀ ବିରୋଧୀ ଭାଜପା ଦଳରେ ସାମିଲ ହୋଇ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ୨୦୨୪ ସଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ବାହାରି ପଡ଼ିଛନ୍ତି । ତେବେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ଭାବେ ବିକ୍ରମ କୁମାର ପଣ୍ଡା, ବିଜେପିରୁ ପ୍ରାର୍ଥୀ ହେଇଥିବା ବିଜେପି ନେତା ବିଭୂତି ଜେନା ଏବଂ ଆପ୍ ପକ୍ଷରୁ ନୀଳକଣ୍ଠ ରେଡ୍ଡୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଏହି ଆସନରୁ କଂଗ୍ରେସ ଏ ଯାବତ୍ କାହାରିକୁ ଟିକେଟ୍‌ ଘୋଷଣା କରି ନଥିବା ନେଇ ସାଧାରଣରେ ଏକ ଦ୍ୱିଧାପନ୍ନ ସଦୃଶ ରାଜନୀତି ସ୍ପଷ୍ଟ ହୁଏ । ଏଠାକାର ରୋଚକ ପୂର୍ଣ୍ଣ ରାଜନୀତି ସଂପର୍କରେ ସଧାରଣରେ ଆଲୋଚନାର ବିଷୟ ହୋଇଛି ।

jittmm
Leave A Reply

Your email address will not be published.