ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂହଦେଓ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମଇଦାନକୁ । ବଲାଙ୍ଗିର ସହରର ୱାର୍ଡ଼ ନମ୍ୱର ୨୦ରେ ଡୋର୍‌ ଟୁ ଡୋର୍‌ ବୁଲି ସେ ବିଜେଡ଼ି ସପକ୍ଷରେ ମାରାଥନ୍‌ ପ୍ରଚାର କରିଛନ୍ତି । ବିଜେଡ଼ିର ବିକାଶ ସଂପର୍କରେ ଆଲୋଚନା କରି ତାଙ୍କ ପୁତ୍ର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ ସେ ଜନସାଧାରଣଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି । ୨୦ ନମ୍ୱର ୱାର୍ଡ଼ର ଶତାଧିକ ମହିଳା, ଯୁବକ ତାଙ୍କ ମାରାଥନ୍‌ ପ୍ରଚାରରେ ସାମିଲ୍‌ ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବଲାଙ୍ଗିର ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ଦେବାଶିଷ ଲେଙ୍କା, କୌଶଲ୍ୟା ସାହୁ ଏବଂ ବହୁ ବିଜେଡ଼ି ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.