ଶ୍ରମିକ ଶ୍ରେଣୀ ସଂଗଠକ ବର୍ଷିୟାନ କମ୍ୟୁନିଷ୍ଟ ନେତା ସାଥି ପ୍ରଭାତ ମିଶ୍ରଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଶ୍ରମିକ ନେତା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସହ-ସମ୍ପାଦକ ତଥା ରାଉରକେଲା ଷ୍ଟିଲପ୍ଲାଣ୍ଟ ମଜଦୂର ସଂଘର ସାଧାରଣ ସମ୍ପାଦକ ଏବଂ ଇଣ୍ଡିଆ ଷ୍ଟିଲ ୱାର୍କସ ଫେଡରେସନର ଉପ-ସଭାପତି, ଖଟିଖିଆ ମେହନତୀ ମଣିଷର ସାଥି ପ୍ରଭାତ ମିଶ୍ର (୬୪) ଙ୍କ ଦେହାନ୍ତ ହୋଇଯାଛି । ସେ କୋରନାରେ ଆକ୍ରାନ୍ତ ହୋଇ ରାଉରକେଲା ସୁପର ସ୍ପେଶାଲିଷ୍ଟ କୋଭିଡ଼ ହସ୍ପିଟାଲରେ ଆଇସିୟୁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ରାଜ୍ୟର ବାମପନ୍ଥୀ ସଂଗଠନ, ଚାଷୀ ମୂଲିଆ ଶ୍ରମିକ ସଂଗଠନ ରାଉରକେଲା ଷ୍ଟିଲପ୍ଲାଣ୍ଟ ମଜଦୂର ସଂଘ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ସ୍ତରରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା କରାଯାଇଛି । ତାଙ୍କ ବିୟୋଗରେ ଶ୍ରମିକ ଶ୍ରେଣୀ, କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ, ଛତ୍ରପୁର ସିପିଆଇ ନେତା ଆଡଭୋକେଟ ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ନୀଳକଣ୍ଠ ଦାସ, ସାଲ କ୍ରିଷ୍ଣାରେଡ୍ଡୀ, ଆଡଭୋକେଟ ଡ଼ି.ଆଦିନାରାୟଣ ରେଡ୍ଡୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ବିୟୋଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଅପୂରଣୀୟ କ୍ଷତି ଘଟିଛି ବୋଲି ବର୍ଣ୍ଣନା କରି ସାଥି ପ୍ରଭାତ ମିଶ୍ର ଅମର ରହେ ବୋଲି ଲାଲ ସଲାମ ଜଣାଇଛନ୍ତି ।

jittmm
Leave A Reply

Your email address will not be published.