ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗତ ୮ ତାରିଖ ‘କୋଶଳ ପ୍ରବାହ’ରେ ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ବିପଦଜନକ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଠିକ ତିନିଦିନ ପରେ ପ୍ରଶାସନ ଏହା ଉପରେ ନଜର ପକାଇ କାମ ଆରମ୍ଭ କରିଥିଲା ଏବଂ ରାସ୍ତା ମଝିରେ ଥିବା ଗର୍ତ୍ତଟିକୁ ମରାମତି କରିଥିଲା । ଏ ଗର୍ତ୍ତରେ ବହୁ ବାଟୋଇଙ୍କ କ୍ଷୟକ୍ଷତି ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କ ମୁଖରୁ ସେହି ସମୟରେ ଶୁଣିଥିଲୁ ଏବେ କିନ୍ତୁ କାମ ହେବା ପରେ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ସମସ୍ୟାର ସମାଧାନ ହୋଇଗଲା ଏବେ ବିପଦ ଉଭେଇ ଯାଇଛି ।
Next Post