‘କୋଶଳ ପ୍ରବାହ’ର ମହାପ୍ରଭାବ : ଖବର ପ୍ରକାଶର ୨ ଘଣ୍ଟା ପରେ ତିନି ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ‘କୋଶଳ ପ୍ରବାହ’ରେ ନ୍ୟୁଜ ଆସିବାର ୨ ଘଂଟା ପରେ ପରେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପହଂଚିଛି ପାଟଣାଗଡ଼ ନିକଟସ୍ଥ ରାଣୀଦର୍‌ହୋ ଗାଁକୁ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ତିନି ଅନାଥ ନିରାଶ୍ରୟ ଆଦିବାସୀ ଶିଶୁଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଛନ୍ତି । ଏମାନଙ୍କୁ ଥଇଥାନା କରାଯିବା ପାଇଁ ତୁରନ୍ତ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କ ଉପସ୍ଥିତିରେ ସେ କହିଛନ୍ତି । ‘କୋଶଳ ପ୍ରବାହ’ରେ ନ୍ୟୁଜ ପ୍ରକାଶ ପାଇବାର ମାତ୍ର କିଛି ସମୟ ମଧ୍ୟରେ ଏହାର ପ୍ରଭାବରେ ଅନାଥ ଶିଶୁମାନଙ୍କ ପାଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପହଂଚିଥିବା ବେଳେ ଏହା ‘କୋଶଳ ପ୍ରବାହ’ ନ୍ୟୁଜ୍‌ର ପ୍ରଭାବ ବୋଲି ଗାଁ ଲୋକେ ପ୍ରକାଶ କରି ‘କୋଶଳ ପ୍ରବାହ’ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.