
‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ତାତିଲା ପୋଲିସ, ଛୋଟ ମାଛକୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ବଡ଼ ମାଛକୁ ଗିରଫ କରିବ କେବେ, ସାଧାରଣରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ର ପ୍ରଭାବ । ଖବର ପ୍ରସାରଣ ପରେ ତାତିଛି ପଦ୍ମପୁର ପୋଲିସ । ଛୋଟ ମାଛକୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ବଡ଼ ମାଛକୁ ଗିରଫ କରିବ କେବେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ମପୁର ସହରରେ ମାତ୍ରାଧିକ ଭାବେ ବ୍ୟାପକ ବେଆଇନ ସଟ୍ଟା ଖେଳ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ୧ ଟଙ୍କାରେ ୮୦ ଟଙ୍କା ପାଇବା ଲୋଭରେ ଉଭୟ ପୁରୁଷ, ମହିଳା, ଯୁବକ ଓ ଛୋଟ ଛୋଟ ସ୍କୁଲ ଛାତ୍ର ମଧ୍ୟ ଏହି ଖେଳକୁ ଆପଣାଇ ସର୍ବଶାନ୍ତ ହେବା ସାର ହୋଇ ଯାଇଥିବା ଦେଖାଯାଉଛି । ସହରର ବିଭିନ୍ନ ଛକ ଓ ଦୋକାନ ଗୁଡିକରେ ଏ ଖେଳ ଚାଲୁଥିବା ବେଳେ ଗ୍ରାମାଞ୍ଚଳରେ ଅତ୍ୟଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏନେଇ ଲଗାତାର ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ହେବା ପରେ ଆଜି ପଦ୍ମପୁର ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇଜଣ ବରିକେଲ ଗ୍ରାମର ଝସ୍କେତନ ସାହୁ(୩୨) ଓ ସତ୍ୟଜିତ୍ ସାହୁ (୩୫) ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ପଦ୍ମପୁର ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଛୋଟ ମାଛକୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ବଡ଼ ମାଛକୁ କେବେ ଗିରଫ କରିବ ପୋଲିସ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।