ଯୁବ ରେଡ୍‌କ୍ରସ୍ ଶାଖାର ପ୍ରବେଶିକା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଯୁବ ରେଡ୍‌କ୍ରସ୍ ଶାଖାର ପ୍ରବେଶିକା କ୍ରା୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ରେଡ୍‌କ୍ରସ୍ ସଂଯୋଜକ ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଯୁବ ରେଡ୍‌କ୍ରସ୍ କାଉନ୍‌ସେଲର୍ ଯତୀନ୍ଦ୍ର ସାହୁ ଓ ପ୍ରତାପ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଓ ଅକ୍ଷୟ ବାରିକଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ଏକ ପଥପ୍ରାନ୍ତ ନାଟକ ‘ଦୁସ୍ଥ ମାନସିକତା’ ଯାହାକି ଭଣ୍ଡବାବା ମାନଙ୍କ ଉପରେ ପର୍ଯ୍ୟବେସିତ, ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ଏବଂ ଛାତ୍ରୀମାନେ ଏକକ ଓ ଯୁଗ୍ମ ସମ୍ବଲପୁରୀ ନାଚ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଯୁବ ରେଡ୍‌କ୍ରସ୍ କାଉନ ସେଲର୍ ସୁଶ୍ରୀ ସଂଗୀତା ଗୌନ୍ତିଆ । ପରିଶେଷରେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.