om academy

ନିଟ୍‌ ୟୁଜି ଏବଂ ୟୁଜିସି ନେଟ୍‌ ପ୍ରବେଶିକା ପରିକ୍ଷାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଏଆଇଡିଏସ୍‌ଓର ବିକ୍ଷୋଭ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ପକ୍ଷରୁ ନିଟ୍‌ ଏବଂ ନେଟ୍‌ ପ୍ରବେଶିକାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଛାତ୍ର ବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନିଟ୍‌ ଏବଂ ନେଟ୍‌ରେ ହୋଇଥିବା ମହାଦୁର୍ନିତିର ଉଚ୍ଚସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧିଙ୍କ କଠୋର ଦଣ୍ଡ ଦେବା । ଏନ୍‌ଟିଏକୁ ସମ୍ପୂର୍ଣ୍ଣ ରନ୍ଦ କରିବା, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସିଲିଂ ବନ୍ଦ ରଖିବା, କେନ୍ଦ୍ର ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ଥାଫା ଦେବା ଦାବିରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ନିଟ୍‌ ପରିକ୍ଷାରେ ଦୁର୍ନିତିର ଗଭିରତା ଦିନକୁ ଦିନ ଉନ୍ମୁକ୍ତ ହୋଇଚାଲିଛି ସେତେବେଳେ ଏନ୍‌ଟିଏ ଦ୍ୱାରା ପରିଚାଳିତ ନେଟ୍‌ ପରିକ୍ଷାର ପରଦିନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ରନ୍ଦ ଘୋଷଣା କରାଗଲା । ପ୍ରଥମେ ନିଟ୍‌ ଏବଂ ପରେ ନେଟ୍‌ ପରିକ୍ଷାରେ ଘଟିଥିବା ଦୁର୍ନିତି ଏବଂ ଅନିୟମିତତା ସାମ୍ନାକୁ ଆସୁଛି । କିଛି ଦିନ ତଳେ ନିଟ୍‌ ପିଜି ପରିକ୍ଷାକୁ ମଧ୍ୟ ଅଚାନକ ବାତିଲ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଅଶାୟୀ ଛାତ୍ରଛାତ୍ରୀ ଅତ୍ୟଧିକ ମାନସିକ ଚାପ ଓ ଦୁଃଚିନ୍ତା ଦେଇ ଗତି କରୁଛନ୍ତି । ଛାତ୍ରଛାତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ପରୀକ୍ଷା ଫର୍ମ ପୁରଣ ପାଇଁ ଶହ ଶହ କିଲୋମିଟର ଯାତ୍ରା କରିଛନ୍ତି ପରୀକ୍ଷା ଦେବା ପାଇଁ । କେବଳ ଏତିକି ନୁହେଁ ବର୍ଷ ବର୍ଷ ମାସ ମାସ ଧରି ଏହି ପରିକ୍ଷା ଗୁଡିକ ପ୍ରସ୍ତୁତି ପାଇଁ ସେମାନଙ୍କ ଯୌବନର ଅଧିକାଂଶ ସମୟ ବ୍ୟୟ କରିଛନ୍ତି । ଏନ୍‌ଟିଏର ବ୍ୟାପକ ଦାୟିତ୍ୱହୀନ ମନୋଭାବ ଓ ଅକ୍ଷମତା, ସ୍ୱଚ୍ଛତାର ଅଭାବ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆଶା ଓ ଭବିଷ୍ୟତକୁ ଧୁଳିସାତ କରିଦେଇଛି । ଏନ୍‌ଟିଏ ଓ ଶିକ୍ଷା ମନ୍ତ୍ରଣାଳୟ ଏହି ଦୁର୍ନିତିର ବ୍ୟାପକତାକୁ ହ୍ରାସ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପରିକ୍ଷା ରନ୍ଦ କିମ୍ବା ବାତିଲ ଘୋଷଣା ଦ୍ୱାରା ଏହା ସୁସ୍ପଷ୍ଟ ଯେ, କେତେ ଗଭିରକୁ ଏହି ଦୁର୍ନିତିର ଚେର ଲମ୍ବିଛି । ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ତିବ୍ର ପ୍ରତିଯୋଗିତା ଏବଂ ବ୍ୟାପକ ବ୍ୟବସାୟୀକ କରଣ ଚାଲିଛି ସେତେବେଳେ ଗୋଟିଏ କେନ୍ଦ୍ରୀକୃତ ଏନ୍‌ଟ୍ରାନ୍‌ସ୍‌ ପ୍ରଣାଳୀ ଦୁର୍ନିତିକୁ ରୋକିବା ବଦଳରେ ଆହୁରି ବ୍ୟାପକ କରିବ । ଏହି ସବୁ ଦାବିକୁ ତୁରନ୍ତ ପୁରଣ କରିବା ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଅନ୍ୟଥା ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ବ୍ୟାପକ ହେବ । ଏହି ବିକ୍ଷୋଭ ସଭାରେ ଏଆଇଡିଏସ୍‌ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଜିଲ୍ଲା କମିଟି ସଭ୍ୟା ଗୌରୀ ରାଉତ, ପ୍ରଭାସୀନି ଭୋଇ, ଲିଙ୍ଗରାଜ ନାଗ ସହିତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.