ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ତରଫରୁ ପ୍ରବେଶ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଶନିବାର ସକାଳ ୮.୦୦ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଥମରୁ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ଖୁବ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ୱାବଧାନରେ ବିଭିନ୍ନ ଶିକ୍ଷକ, ଶିକ୍ଷିକାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ରାଏବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ଦାସ, ପରିଚାଳନା କମିଟିର ଅଧ୍ୟକ୍ଷ, ସଦସ୍ୟ, ଅଭିଭାବକଙ୍କର ମିଳିତ ସହଯୋଗରେ କରାଯାଇଛି । ଏଥିରେ ସଭାପତି ଏହି ଉତ୍ସବର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ନୂତନ ଛାତ୍ରଛାତ୍ରୀଗଣଙ୍କୁ ଫାଟକ ସମ୍ମୁଖରୁ ବନ୍ଦାପନା କରି ଗୀତ ଓ ନାଚର ତାଳେତାଳେ ଅଣାଗଲା । ନୂତନ ବ୍ୟାଗ, କିଟ,ବିସ୍କୁଟ, ଚକୋଲେଟ ସହିତ ସ୍ଲେଟ ଦେଇ ଶ୍ରେଣୀକୁ ପ୍ରବେଶ, ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା, ଖଡିଛୁଆଁ ଇତ୍ୟାଦି କରାଯାଇଥିଲା । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ନିବେଦିତା ସାହୁ, ଶକୁନ୍ତଳା ଦାଶ, ସରୋଜ ଜେନା, ମିନତୀ ଖମାରୀ, ଛବି ପ୍ରଧାନ, ଅଜୟ ରାଉତ, ପୂଜା ସ୍ୱାଇଁ,ହରିଶଙ୍କର କାମିଲା, ରୀତା ମହାପାତ୍ର, ମମତା ସେନାପତି, ସୁଶାନ୍ତ ରୟ,ସୁରେଖା ନାୟକ, ସାବିତ୍ରୀ, ପ୍ରତିମା, ଶ୍ରୀମତୀ, ବନିତା ସ୍ୱବାଇଁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ପିଲାଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା।ଶିକ୍ଷୟିତ୍ରୀ ନିବେଦିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଅତିଥିମାନେ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ବାଳକ, ବାଳିକା ମାନଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନରେ ଉତ୍ତମ ନାଗରିକ ଭାବରେ ଗଢିତୋଳିବାର ପ୍ରୟାସ ସହିତ ବିଦ୍ୟାଳୟକୁ ସୁନ୍ଦର କରିବାକୁ ପରାମର୍ଶ ଦେଇଥିଲେ । ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ବିକାଶ ପାଇଁ ଏକ ହୋମଯଜ୍ଞ ପଣ୍ଡିତ ରୁଦ୍ର ନାରାୟଣ ପଣ୍ଡାଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା ।

Leave A Reply

Your email address will not be published.