centurian jitm

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଭଟଲି ଓ ପାଇକମାଲ ଫାଇନାଲରେ ପ୍ରବେଶ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଦ୍ଵିତୀୟ ଦିନରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଓ ଅନ୍ୟତମ ଅତିଥି ଭାବେ ଝାରବନ୍ଧ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାନିଧି କୈବର୍ତ୍ତ ପାଇକମାଲ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକ, ରାଧେଶ୍ୟାମ ମେହେର ଉପସ୍ଥିତ ରହି ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ପ୍ରଥମ ମ୍ୟାଚ୍‌ ବରଗଡ ବ୍ଲକ ଏବଂ ଝାରବନ୍ଧ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବରଗଡ ବିଜୟୀ ହୋଇ ସେମି ଫାଇନାଲ୍‌କୁ ଯାଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚ୍‌ରେ ରାଜବୋଡା ସମ୍ବର ବ୍ଲକ ଏବଂ ଗାଇସିଲଟ ମଧ୍ୟରେ ଅନୁଷ୍ଠିତ ହୋଇ ରାଜବୋଡାସମ୍ବର ବ୍ଲକ ସେମି ଫାଇନାଲ୍‌କୁ ଯାଇଥିଲା । ଅପରାହ୍ନରେ ସେମିଫାଇନାଲ୍‌ ମ୍ୟାଚ୍‌ରେ ଭଟଲି ଏବଂ ବରଗଡ ମଧ୍ୟରେ ଅନୁଷ୍ଠିତ ହୋଇ ବରଗଡ ଦଳ ୭୨ ରନ୍‌ ଲକ୍ଷ ଦେଇଥିବା ବେଳେ ବରଗଡକୁ ପରାସ୍ତ କରି ଭଟଲି ଦଳର ଫାଇନାଲକୁ ପ୍ରବେଶ ସେହିପରି ପାଇକମାଲ ବ୍ଲକ ଓ ରାଜବୋଡାସମ୍ବର ବ୍ଲକ ମଧ୍ୟରେ ଅନୁଷ୍ଠିତ ଅନ୍ୟ ମ୍ୟାଚ୍‌ରେ ପାଇକମାଲ ଦଳ ୯୩ ରନ୍‌ କରିଥିବା ବେଳେ ରାଜବୋଡା ସମ୍ବର ବ୍ଲକ ମାତ୍ର ୮୮ ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିବା ବେଳେ ପାଇକମାଳ ଦଳ ବିଜୟୀ ହୋଇ ଆସନ୍ତା କାଲି ଫାଇନାଲ ଖେଳିବ । ଆସନ୍ତା କାଲି ଭଟଲି ବ୍ଲକ ଏବଂ ପାଇକମାଲ ବ୍ଲକ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!